ଆଜି ଆସୁଛନ୍ତି ମୋଦି, ଖାର୍ଗେ: ଏସବୁ ସ୍ଥାନରେ କରିବେ ପ୍ରଚାର

ଭୁବନେଶ୍ୱର, ୨୯।୫(ସୁନିତ୍‌ ମିଶ୍ର):ଶେଷ ପର୍ଯ୍ୟାୟ ଭୋଟ ଲାଗି ପ୍ରଚାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ୧୨ଟା ୩୦ରେ ବାରିପଦାର ଛଉପଡ଼ିଆ, ଅପରାହ୍ନ ୨ଟାରେ ବାଲେଶ୍ୱରର ରେମୁଣାସ୍ଥିତ ନରହରି ପଡ଼ିଆ ଏବଂ ଅପରାହ୍ନ ୪ଟାରେ କେନ୍ଦ୍ରାପଡ଼ାର ବରୁଆ ପଡ଼ିଆଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ସେହିପରି କଂଗ୍ରେସ ପାଇଁ ପ୍ରଚାର କରିବା ଲାଗି ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେ ମଧ୍ୟ ବୁଧବାର ଓଡ଼ିଶା ଗସ୍ତରେ ଆସି ଭଦ୍ରକ ଓ ବାଲେଶ୍ୱରରେ ୨ଟି ବିଶାଳ ଶୋଭାଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି।

Share