Categories: ଜାତୀୟ

ମୋଦି ଏକ ମିନିଟ ପାଇଁ ବି ଆସୁ ନାହାନ୍ତି ସଂସଦ: ଡେରିକ ଓ’ବ୍ରାଇନ…

ନୂଆଦିଲ୍ଲୀ,୩।୮ : ଟିଏମସି ଏମପି ଡେରିକ ଓ’ବ୍ରାଇନ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି। ମୋଦି ଏପର୍ଯ୍ୟନ୍ତ ଗୋଟିଏ ମିନିଟ ପାଇଁ ମଧ୍ୟ ସଂସଦକୁ ଆସିନାହାଁନ୍ତି। ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ସେ ଆସିବେ ବୋଲି ଘୋଷଣା କରିଛନ୍ତି। ମୋଦିଙ୍କ ପାଖରେ କ’ଣ ଦେଶର ସଂସଦ ପାଇଁ ସମୟ ନାହିଁ। ଆପଣ ଅଗଷ୍ଟ ୧୦ରେ ଆସିବାକୁ ସମ୍ମତି ଦେଇଛନ୍ତି।

ସଂସଦରେ ବିରୋଧର ସଦସ୍ୟମାନେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତ୍ତି ଚାହୁଁଥିବା ବେଳେ ସେ ଏଭଳି ମନୋଭାବ ପ୍ରଦର୍ଶନ କରିବା ଠିକ ନୁହେଁ। ଅନାସ୍ଥା ପ୍ରସ୍ତାବ ଉପରେ ଅଗଷ୍ଟ ୮ ରୁ ୧୦ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ପିଏମ୍‌ ମୋଦି ଅଗଷ୍ଟ ୧୦ ରେ ଜବାବ ଦେବାର ସମ୍ଭାବନା ରହିଛି, ଯାହାକି ଅଧିବେଶନର ଶେଷ ଦିନ।
ଏହି ଅନାନ୍ଥା ପ୍ରସ୍ତାବକୁ କଂଗ୍ରେସ ଆଣିଛି କିନ୍ତୁ ଇଣ୍ଡିଆ(ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ) ର ସମସ୍ତ ବିରୋଧୀ ଦଳ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି।

Share