Categories: ଜାତୀୟ

ମଣିପୁର ପ୍ରସଙ୍ଗରେ ନୀରବ, ମାତ୍ର ୟୁସିସି ନେଇ କାହିଁକି ହୋ ହଲ୍ଲା କରୁଛନ୍ତି ମୋଦି: ଭେନୁଗୋପାଲଙ୍କ ପ୍ରଶ୍ନ…

ଭୋପାଳ,୨୭।୬ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ନେଇ କଂଗ୍ରେସ କଡ଼ା ସମାଲୋଚନା କରିଛି। ଭୋପାଳରେ କଂଗ୍ରେସର ସାଧାରଣ ସଚିବ କେ.ସି ଭେନୁଗୋପାଲ କହିଛନ୍ତି ଦେଶରେ ଦାରିଦ୍ର୍ୟ, ମୂଲ୍ୟ ବୃଦ୍ଧି ଏବଂ ବେକାରୀ ବିଷୟରେ ପ୍ରଧାନମନ୍ତ୍ରୀ ପ୍ରଥମେ ଉତ୍ତର ଦେବା ଉଚିତ।

ମଣିପୁର ପ୍ରସଙ୍ଗରେ ନୀରବ ରହିଥିବାବେଳେ, ୟୁସିସ ନେଇ କାହିଁକି ହୋ ହଲ୍ଲା କରୁଛନ୍ତି ମୋଦି। ସମଗ୍ର ରାଜ୍ୟ ଜଳୁଛି। ମଣିପୁର ହିଂସାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଜାଣିଶୁଣି ମୋଦି ଏଭଳି କରୁଥିବା ଭେନୁଗୋପାଲଙ୍କ ଅଭିଯୋଗ କରିଛନ୍ତି।

Share