Posted inଜାତୀୟ

ମୋଦି ହେଉଛନ୍ତି ସବୁଠୁ ବଡ଼ ଶଙ୍କରାଚାର୍ଯ୍ୟ: ସଞ୍ଜୟ ରାଉତ

ମୁମ୍ବାଇ,୧୨।୧: ବରିଷ୍ଠ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ସମ୍ପର୍କିତ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ହିଂସାର ଶିକାର ହୋଇଥିବା ସେହି ଲୋକମାନେ (ଉଦ୍ଧବ ଠାକୁର ଗୋଷ୍ଠୀର ଶିବ ସୈନିକ) ଉତ୍ତର ପୂର୍ବର ମଣିପୁରରେ ନିର୍ମିତ ରାମ ମନ୍ଦିରକୁ ଯିବେ। ମହାରାଷ୍ଟ୍ରର ପୂର୍ବତନ ଉଦ୍ଧବ ଠାକରେ ସେଠାରେ ପ୍ରାର୍ଥନା କରିବେ, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ସେଠାକୁ ଯାଇ ମୁଣ୍ଡିଆ ମାରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧ ବିଷୟରେ ମଧ୍ୟ ରାଉତ ନିଜ ମତ ରଖିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଦେଶର ସବୁଠାରୁ ବଡ ଶଙ୍କରାଚାର୍ଯ୍ୟ ହୋଇଛନ୍ତି। ରାମ ମନ୍ଦିର ଏପର୍ଯ୍ୟନ୍ତ ଏକ ଅସମ୍ପୂର୍ଣ୍ଣ ପ୍ରକଳ୍ପ କିନ୍ତୁ ଏହା ପ୍ରତିଷ୍ଠା ହେବାକୁ ଯାଉଛି। ସମସ୍ତ ୪ ଶଙ୍କରାଚାର୍ଯ୍ୟ ଏହାକୁ ବିରୋଧ କରିଛନ୍ତି କିନ୍ତୁ ଏହି ସବୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ହେଉଛି।
ନାଶିକର କଳାରାମ ମନ୍ଦିରରେ ପ୍ରାର୍ଥନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନା ଉପରେ ମଧ୍ୟ ରାଉତ ପ୍ରଶ୍ନ କରିଛନ୍ତି। ମୋଦି ଏବଂ ଭାଜପା ଶିବସେନାକୁ କପି କରିଛନ୍ତି। ଉଦ୍ଧବ କହିଥିଲେ ଯେ ସେ ନାଶିକର କାଲାରାମ ମନ୍ଦିରକୁ ଯିବେ, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସେଠାକୁ ଯିବାକୁ ଯୋଜନା କରିଥିଲେ। ବର୍ତ୍ତମାନ ଆମେ କହୁଛୁ ମଣିପୁରର ରାମ ମନ୍ଦିର ଯିବୁ, ପ୍ରଧାନମନ୍ତ୍ରୀ ମୋଦି ସେଠାକୁ ଯିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିମାଚଳରେ ତୁଷାରପାତ: ୨୨୩ ରାସ୍ତା ଅବରୋଧ

ଶିମ୍‌ଲା,୨୫ା୧୨(ପି.ଟି.): ହିମାଚଳପ୍ରଦେଶର ବିଭିନ୍ନ ଜିଲାରେ ପ୍ରବଳ ତୁଷାରପାତ ଯୋଗୁ ୩ଟି ଜାତୀୟ ରାଜପଥ ସମେତ ୨୨୩ଟି ସଡ଼କ ଅବରୋଧ ହୋଇଯାଇଛି। କିନ୍ନୌର, ଲହାଉଲ, ସ୍ପିଟି ସମେତ ଶିମ୍‌ଲା,...

ନିର୍ବାଚନ ନିୟମ ସଂଶୋଧନକୁ ବିରୋଧ କରି ସୁପ୍ରିମକୋର୍ଟ ଗଲା କଂଗ୍ରେସ

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ନିକଟରେ ନିର୍ବାଚନ ପରିଚାଳନା ନିୟମାବଳୀ, ୧୯୬୧ରେ କରିଥିବା ସଂଶୋଧନକୁ ବିରୋଧ କରି ମଙ୍ଗଳବାର କଂଗ୍ରେସ ସୁପ୍ରିମକୋର୍ଟରେ ରିଟ୍‌ ପିଟିଶନ ଦାଏର କରିଛି। ନିର୍ବାଚନ...

ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ୍‌ର ୩ ଘଣ୍ଟା ଜେରା

ହାଇଦ୍ରାବାଦ,୨୫ା୧୨(ପି.ଟି.): ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଗତ ୪ ତାରିଖରେ ‘ପୁଷ୍ପା-୨’ ସିନେମାର ପ୍ରିମିୟର ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କର ୮ ବର୍ଷର...

ଆମ୍ବେଡ୍‌କରଙ୍କୁ ନେଇ ଚଣ୍ଡିଗଡ଼ ପୌରସଭା ରଣକ୍ଷେତ୍ର

ଚଣ୍ଡିଗଡ଼,୨୫ା୧୨: ଡ. ଭୀମରାଓ ଆମ୍ବେଡ୍‌କରଙ୍କ ଲିଗାସୀକୁ ନେଇ ମଙ୍ଗଳବାର ଚଣ୍ଡିଗଡ଼ ମ୍ୟୁନିସିପାଲିଟି ବୈଠକରେ ଉତ୍ତେଜନା ସୃଷ୍ଟି ହେବା ସହ ଭାଜପା ଏବଂ କଂଗ୍ରେସ କାଉନ୍‌ସିଲରଙ୍କ ମଧ୍ୟରେ ସଂଘର୍ଷ...

ଖାତରେ ଖସିଲା ସେନା ଗାଡ଼ି: ୫ ଯବାନ ମୃତ

ମେନ୍ଧର/ଜମ୍ମୁ,୨୪ା୧୨: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ସେନା ଗାଡ଼ି ପ୍ରାୟ ୩୫୦ ଫୁଟ୍‌ ଗଭୀର ଖାତକୁ ଖସିପଡ଼ିବାରୁ ୫ ଯବାନଙ୍କ ମୃତ୍ୟୁ ଘଟିବା...

ବଳାତ୍କାର, ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଦିଅ

ନୂଆଦିଲ୍ଲୀ,୨୪ା୧୨ : ବଳାତ୍କାର, ଏସିଡ୍‌ ଆକ୍ରମଣ ପୀଡ଼ିତା, ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍‌ସୋ) ମାମଲାରେ ପୀଡ଼ିତା ସରକାରୀ ଓ ଘରୋଇ ହସ୍ପିଟାଲ ସମେତ ନର୍ସିଂହୋମ୍‌ଗୁଡ଼ିକରେ...

ପୁଞ୍ଚ୍‌ରେ ୩୫୦ ଫୁଟ୍‌ ତଳକୁ ଖସିଲା ସେନା ଗାଡ଼ି: ୫ ଯବାନଙ୍କ ମୃତ୍ୟୁ, ୩ ଆହତ…

ମେନ୍ଧର/ଜମ୍ମୁ,୨୪ା୧୨ : ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ମଙ୍ଗଳବାର ସନ୍ଧ୍ୟାରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସେନା ଗାଡ଼ି ୩୫୦ ଫୁଟ୍‌ ଗଭୀର ଖାତକୁ...

ଇସ୍ତଫା ଦେଲେ ରଘୁବର ଦାସ, ରାଜନୀତିକୁ ପୁଣି ଫେରିବେ!

ଭୁବନେଶ୍ୱର,୨୪।୧୨: ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ। ତାଙ୍କ ସ୍ଥାନରେ ହରି ବାବୁ କମ୍ଭମପତି ନୂଆ ରାଜ୍ୟପାଳ ନିଯୁକ୍ତି ହୋଇଛନ୍ତି। ରଘୁବରଙ୍କ ଇସ୍ତଫା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri