ମୋଦି ବିକାଶଶୀଳ ଦେଶର ନେତା: ପାପୁଆ ନ୍ୟୁ ଗିନି ପ୍ରଧାନମନ୍ତ୍ରୀ…

ପୋର୍ଟ ମୋର୍ସବେ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରବିବାର ପାପୁଆ ନ୍ୟୁ ଗିନିରେ ପହଞ୍ଚିଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାପୁଆ ନ୍ୟୁ ଗିନିର ଏପିଇସି ହାଉସରେ ପହଞ୍ଚିଛଥିବାବେଳେ ତାଙ୍କୁ ସେଠାରେ ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି।

ମୋଦି ବିକାଶଶୀଳ ଦେଶର ନେତା ବୋଲି ପାପୁଆ ନ୍ୟୁ ଗିନି ପ୍ରଧାନମନ୍ତ୍ରୀ କହିଛନ୍ତି। ପାପୁଆ ନ୍ୟୁ ଗିନିକୁ ସମସ୍ତ ସହାୟତା ଯୋଗାଇ ଦେବାକୁ ଆଶ୍ୱାସନା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଶ୍ୱର ଦକ୍ଷିଣ ଦେଶ ଉପରେ କୋଭିଡ ମହାମାରୀର ପ୍ରଭାବ ସର୍ବାଧିକ। ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ, କ୍ଷୁଧା, ଦାରିଦ୍ର ଏବଂ ସୱାସ୍ଥ୍ୟ ସହ ଜଡିତ ଆହ୍ବାନଗୁଡିକ ପୂର୍ବରୁ ଥିଲା। ବର୍ତ୍ତମାନ ଇନ୍ଧନ, ସାର ଏବଂ ଫାର୍ମା ଭଳି ନୂତନ ସମସ୍ୟା ଉପୁଜିଛି। ଏହାର ଯୋଗାଣରେ ମଧ୍ୟ ପ୍ରତିବନ୍ଧକ ଅଛି। ଯେଉଁମାନଙ୍କୁ ଆମେ ଆମର ବୋଲି ଭାବୁଥିଲୁ, ସେମାନେ ଆବଶ୍ୟକ ସମୟରେ ଆମ ସହିତ ନାହାନ୍ତି ବୋଲି ଜଣାପଡ଼ିଛି। ଅସୁବିଧା ସମୟରେ, ବନ୍ଧୁ ପ୍ରକୃତ ବନ୍ଧୁ ଏହି ସତ୍ୟ ପ୍ରମାଣିତ ହୋଇଛି।

Share