Categories: ଜାତୀୟ

ବିଶ୍ୱର ସବୁଠାରୁ ଲୋକ୍ରପିୟ ନେତା ହେଲେ ମୋଦି

ନୂଆଦିଲ୍ଲୀ,୨୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ମନୋନୀତ ହୋଇଛନ୍ତି। ଗ୍ଲୋବାଲ ଲିଡର ଆପ୍ରୁଭାଲ୍‌ ଟ୍ରାକର ମର୍ନିଂ କନ୍ସଲ୍ଟ ଦ୍ୱାରା ପ୍ରକାଶିତ ନେତାଙ୍କ ତାଲିକାରେ ମୋଦିଙ୍କୁ ୭୭ ପ୍ରତିଶତ ଆପ୍ରୁଭାଲ୍‌ ରେଟିଂ ମିଳିଛି। ଏହି ରେଟିଂ ସହିତ ସେ ପ୍ରଥମ ସ୍ଥାନରେ ଅଛନ୍ତି। ମର୍ନିଂ କନସଲଟାଣ୍ଟଙ୍କ ଦ୍ୱାରା ତଥ୍ୟ ପ୍ରକାଶ ପାଇବା ସହିତ କୁହାଯାଇଛି ଯେ, ୧୩ଟି ଦେଶରେ ମୋଦିଙ୍କର ସର୍ବାଧିକ ଆପ୍ରୁଭାଲ୍‌ ରେଟିଂ ରହିଛି। ମୋଦିଙ୍କ ପରେ ମେକ୍ସିକୋର ମାନୁଏଲ ଲୋପେଜ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କୁ ୬୩ ରେଟିଂ ମିଳିଛି। ଏହି ତାଲିକାରେ ଇଟାଲୀର ମାରିଆ ଡ୍ରାଗି ୫୪ ପ୍ରତିଶତ ରେଟିଂ ସହିତ ତୃତୀୟ ସ୍ଥାନରେ ଅଛନ୍ତ। ଜାପାନର ଫୁମିଓ କିଶିଦା ୪୨ ପ୍ରତିଶତ ରେଟିଂ ପାଇଛନ୍ତି। ଏଥିରେ ଗୋଟିଏ ବିଶେଷ କଥା ହେଉଛି ମୋଦିଙ୍କର ଆପ୍ରୁଭାଲ୍‌ ରେଟିଂ ମଧ୍ୟ ସର୍ବନିମ୍ନ ୧୭ ପ୍ରତିଶତରେ ରହିଛି।
ଏହି ତାଲିକାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ମଧ୍ୟ ମୋଦି ପଛରେ ପକାଇଛନ୍ତି। ଏହି ତାଲିକାରେ ଜୋ ବାଇଡେନ୍‌ ୪୨ ପ୍ରତିଶତ, ଟ୍ରୁଡୋ ୪୧ ପ୍ରତିଶତ ରେଟିଂ ପାଇଛନ୍ତି। ଅନ୍ୟପକ୍ଷରେ, ଜନସନ ଏହି ତାଲିକାର ନିମ୍ନରେ ଅଛନ୍ତି। ସେ ୩୩ ପ୍ରତିଶତ ରେଟିଂ ପାଇଛନ୍ତି।

Share