ଗଣତନ୍ତ୍ରକୁ ବିପଦ ମୁହଁକୁ ଠେଲିଦେଉଛନ୍ତି ମୋଦି: କଂଗ୍ରେସ

ଭୁବନେଶ୍ବର, ୨୬।୪(ବ୍ୟୁରୋ): ଦେଶର ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନ ଏବେ ବିପଦଗ୍ରସ୍ତ। ନରେନ୍ଦ୍ର ମୋଦି ସରକାର ଏହି ୯ ବର୍ଷରେ ଭାରତ ବର୍ଷର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଧ୍ୱସ୍ତ ବିଧ୍ୱସ୍ତ କରିସାରିଲେଣି। ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନଗୁଡିକୁ ନିଜ କବ୍‌ଜାରେ ରଖିବା ପାଇଁ ଏନ୍‌ଡିଏ ନେତୃତ୍ୱାଧୀନ ଭାଜପା ସରକାର ସତଚେଷ୍ଟିତ। ଏପରିକି ଯେଉଁ ନିରପେକ୍ଷ ସଂସ୍ଥାଗୁଡିକ ଭାରତ ବର୍ଷର ଆଇନ କାନୁନ୍‌ର ସର୍ବାଗ୍ରେ ରହି କାର୍ଯ୍ୟ କରୁଥିଲେ ଆଜି ସେସବୁ ସଂସ୍ଥା ଯଥା ଇ.ଡ଼ି., ସି.ବି.ଆଇ. ଏବଂ ଇନ୍‌କମ୍‌ ଟ୍ୟାକ୍ସକୁ କେବଳ ବିରୋଧିଙ୍କୁ ଚୁପ୍‌ କରିବା ପାଇଁ ବ୍ୟବହାର କରାଯାଉଛି ବୋଲି ମହିଳା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଏହିଭଳି ବିଭିନ୍ନ ଘଟଣାର ପ୍ରତିବାଦରେ ମଙ୍ଗଳବାର ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ଏବଂ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡାଙ୍କ ନେତୃତ୍ୱରେ ଶତାଧିକ ମହିଳା କର୍ମୀ କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଠାରେ କେନ୍ଦ୍ର ସରକାରକୁ ବିରୋଧ କରିବା ସହ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।

Share