Posted inଜାତୀୟ

ଘରେ ରାଶନ ପହଞ୍ଚାଇବା ଯୋଜନା ନେଇ ମୋଦି-କେଜରିଓ୍ବାଲ ମୁହାଁମୁହିଁ: କେନ୍ଦ୍ର କାହିଁକି କରୁଛି ଝଗଡ଼ା, ମୁଖ୍ୟମନ୍ତ୍ରୀ କଲେ ପ୍ରଶ୍ନ…

ନୂଆଦିଲ୍ଲୀ,୬।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଘରେ ଘରେ ରାଶନ ପହଞ୍ଚାଇବା ଯୋଜନାକୁ କେନ୍ଦ୍ରର ଅନୁମତି ମିଳି ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କହିଛନ୍ତି ଯେ, ଦିଲ୍ଲୀ ସରକାର ଏନେଇ ପୂର୍ବରୁ କେନ୍ଦ୍ରର ଅନୁମତି ଲୋଡ଼ି ନାହାନ୍ତି। ତେବେ କେଜରିଓ୍ବାଲ କହିଛନ୍ତି ଯେ, ୫ ଥର କେନ୍ଦ୍ରର ଆପ୍ରୁଭାଲ ମିଳିବାରେ ଯୋଜନା ଆରମ୍ଭର ଦୁଇଦିନ ପୂର୍ବରୁ ଏହା ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ସରକାରଙ୍କୁ କେଜରିଓ୍ବାଲ କେତେକ ପ୍ରଶ୍ନ ମଧ୍ୟ କରିଛନ୍ତି। ରାଶନ ମାଫିଆଙ୍କ ସହିତ ମୋଦିଙ୍କ ସମ୍ପର୍କ ନେଇ ନେ ସେ ପ୍ରଶ୍ନ କରିଛନ୍ତି। ରାଶନ ରାଜ୍ୟ ଅବା କେନ୍ଦ୍ର ସରକାରଙ୍କର ନୁହେଁ। ଏହା ଦେଶର ଜନସାଧାରଣଙ୍କର। ଏହାର ସୁବଣ୍ଟନ ନେଇ କେନ୍ଦ୍ର ପକ୍ଷରୁ କାହିଁକି ବିରୋଧ କରାଯାଉଛି ତାହା ସେ ପଚାରିଛନ୍ତି। ଯୋଜନାର ନାମ ମୁଖ୍ୟମନ୍ତ୍ରୀ ଘର ଘର ରାଶନ ଯୋଜନା ଥିଲା। ତେବେ ଏଥିରୁ ମୁଖ୍ୟମନ୍ତ୍ରୀ ଶବ୍ଦ ହଟାଇବା ପାଇଁ କେନ୍ଦ୍ର ସରକାର କହିଥିଲେ। ଶେଷରେ ଏହାକୁ ହଟାଇ ଦିଆଯାଇଥିଲା। ମାତ୍ର କେନ୍ଦ୍ର ସରକାର ଯୋଜନାକୁ ଲାଗୁ କରିବାରେ ବାଧା ଦେଉଥିବା ସେ କହିଛନ୍ତି। କେନ୍ଦ୍ର ସରକାର କାହିଁକି ସମସ୍ତଙ୍କ ସହିତ ଝଗଡ଼ା କରୁଛନ୍ତି ତାହା କେଜରିଓ୍ବାଲ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାର ମମତା ଦିଦିଙ୍କ ସହିତ ଝଗଡ଼ା କରିବା ସହିତ ଝାଡ଼ଖଣ୍ଡ ସରକାର, ଲାକ୍ଷାଦ୍ୱୀପ ସରକାର, ମହାରାଷ୍ଟ୍ର ସରକାରଙ୍କ ସହିତ କରୋନା ସଙ୍କଟ ସମୟରେ ଲଢ଼େଇ ଜାରି ରଖିଥିବା କେଜରିଓ୍ବାଲ କହିଛନ୍ତି। ଆମେ ସବୁ ଆପଣଙ୍କ ସରକାରର, ଆମେ ଭାରତବାସୀ, ଏପରିସ୍ଥଳେ ଆମେ ଲଢ଼ିଲେ କରୋନାକୁ ଜିତିବା କିପରି ବୋଲି କେଜରିଓ୍ବାଲ ପ୍ରଶ୍ନ କରିଛନ୍ତି। ରାଷ୍ଟ୍ରହିତରେ ଥିବା ଏହି ଯୋଜନାକୁ ନ ରୋକିବାକୁ ସେ ମୋଦିଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେନା ଗାଡ଼ି ଉଡାଇଦେଲେ ମାଓବାଦୀ: ୯ ଯବାନ ଶହୀଦ

ରାୟପୁର,୬।୧: ଛତିଶଗଡ଼ ବସ୍ତର ଡିଭିଜନ ବିଜାପୁର ଜିଲାରେ ସୋମବାର ମାଓବାଦୀମାନେ ଏକ ବଡ଼ ଧରଣର ଆଇଇଡି ବିସ୍ଫୋରଣ ଘଟାଇଛନ୍ତି। ଯବାନମାନେ ଯାଉଥିବା ଏକ ଗାଡ଼ିକୁ ଆଇଇଡି...

କାନ୍ଦିପକାଇଲେ ମୁଖ୍ୟମନ୍ତ୍ରୀ: ଭୋଟ ପାଇଁ ମୋ ବାପାଙ୍କୁ…

ନୂଆଦିଲ୍ଲୀ,୬।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶି ଭାବପ୍ରବଣ ହୋଇପଡିଛନ୍ତି। ରମେଶ ବିଧୁରୀଙ୍କ ବକ୍ତବ୍ୟର ଜବାବ ଦେଇ ସେ କହିଛନ୍ତି, ମୋ ବାପା ଜଣେ ଶିକ୍ଷକ। ସେ ଏତେ...

କୌଣସି ବାହାର ଦେଶ ଗସ୍ତ କରି ନାହାଁନ୍ତି ପରିବାର, କେମିତି HMPV ସଂକ୍ରମିତ ହେଲେ ୮ ମାସର ଶିଶୁ? ବିଶେଷଜ୍ଞ କହିଲେ…

ନୂଆଦିଲ୍ଲୀ,୬।୧: କର୍ନାଟକରେ ୩ମାସ ଓ ୮ ମାସ ବୟସର ଦୁଇ ଶିଶୁ ହ୍ୟୁମାନ ମେଟାପ୍ନୁମୋଭାଇରସ (HMPV)ର ସଂକ୍ରମଣ ଥିବା ଦେଖିବାକୁ ମିଳିଛି। ଏହି ଜୀବାଣୁ ଚାଇନାରେ...

ବଢିଲାଣି HMPV ସଂକ୍ରମଣ! ଭୟଭୀତ ହୋଇପଡୁଛନ୍ତି ଜନତା, କର୍ନାଟକ ପରେ ଏବେ ଗୁଜରାଟ

ନୂଆଦିଲ୍ଲୀ,୬।୧: ଚାଇନାରେ ବ୍ୟାପିଥିବା ମାନବ ମେଟାପ୍ନୁମୋଭାଇରସ (HMPV) ସଂକ୍ରମଣ ଏବେ ଭାରତରେ ପହଞ୍ଚିଛି। ସୂଚନା ଦେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଛି...

ପ୍ରଶାନ୍ତ କିଶୋରଙ୍କୁ ପାଟନା ସିଭଲ କୋର୍ଟରୁ ମିଳିଲା ଜାମିନ

ପାଟନା,୬।୧: ବିହାରରେ ବିପିଏସସି ପରୀକ୍ଷାରେ ଅନିୟମିତତା ବିରୋଧରେ ବିରୋଧ କରୁଥିବା ପ୍ରାର୍ଥୀଙ୍କୁ ସମର୍ଥନ କରି ପାଟଣାର ଗାନ୍ଧୀ ମଇଦାନରେ ଆମରଣ ଅନଶନ କରିଥିବା ଜନ ସୁରଜ...

HMPV ନୁହେଁ ଚାଇନାରେ ମାଡିଗଲାଣି ଆଉ ଏକ ଭାଇରସ, ଫୁସଫୁସରେ ହେଉଛି…ଭାରତରେ ହାଇ ଆଲର୍ଟ!

ନୂଆଦିଲ୍ଲୀ,୬।୧: ଚାଇନାରେ ହ୍ୟୁମାନ ମେଟାପ୍ନୁମୋଭାଇରସ ମାମଲା ରିପୋର୍ଟ ହୋଇଛି। ଏହି ଭାଇରସ ଶ୍ୱାସକ୍ରିୟା ଦ୍ୱାରା ସଂକ୍ରମିତ ହୋଇ ବ୍ୟାପିବାରେ ଲାଗିଛି। ଏଯାଏ ୨ଟି ଶିଶୁ ଆକ୍ରାନ୍ତ...

ଡରାଇଲାଣି HMPV ଭାଇରସ, ୨ଜଣ ସଂକ୍ରମିତ

ନୂଆଦିଲ୍ଲୀ,୬।୧: ଚାଇନାରେ ଏଚଏମପିଭି ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସେହି ଭାଇରସ ଚାଇଡ଼ାରୁ ବ୍ୟାପୀ ୩ଟି ଦେଶରେ ପ୍ରଭାବ ବିସ୍ତାର ବରିଛି। ଚାଇନାରୁ...

ରାଗିଗଲେ ରାଜ୍ୟପାଳ: ଗୃହ ଛାଡି ପଳାଇଲେ

ଚେନ୍ନାଇ,୬।୧:ବିଧାନସଭା ଅଧିବେଶନରେ ଜାତୀୟ ସଂଗୀତକୁ ଅପମାନିତ ହେବା ଦେଖି ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି କ୍ରୋଧିତ ହୋଇ ବିଧାନସଭା ଅଧିବେଶନକୁ ସମ୍ବୋଧନ ନ କରି ଗୃହରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri