୫୦ ବର୍ଷ ଧରି ବିବାହ କଥାକୁ ଲୁଚାଇ ରଖିଥିଲେ ମୋଦି, ପରେ ଏମିତି ପଡ଼ିଥିଲା ଜଣା

ନୂଆଦିଲ୍ଲୀ,୧୭ା୯: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିବସ। ଆଜିର ଏହି ସ୍ବତନ୍ତ୍ର ଦିନରେ ଆସନ୍ତୁ ଜାଣିବା ମୋଦିଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି କଥା…
ସମସ୍ତେ ଜାଣିଥିଲେ ମୋଦି ଅବିବାହିତ। ମାତ୍ର ମୋଦି ପ୍ରକୃତରେ ବିବାହିତ। ତେବେ ମୋଦି ମଧ୍ୟ ନିଜର ବିବାହ କଥାକୁ ପ୍ରାୟ ୫୦ ବର୍ଷ ଧରି ଲୁଚାଇ ରଖିଥିଲେ। ଏହା ପଛରେ ଏକ କାରଣ ରହିଛି। ମୋଦି ସର୍ବଦା ଚାହୁଁଥିଲେ ଏକାକୀ ଜୀବନ ବିତାଇବାକୁ। ତାଙ୍କ ମତରେ ଏକୁଟିଆ ଜୀବନ ସବୁଠୁ ଭଲ। କାରଣ ଏକାକୀ ରହିଲେ ମଣିଷ ଦୁର୍ନୀତି, ଭ୍ରଷ୍ଟାଚାର ଠାରୁ ଦୂରରେ ରହିବ। ତେଣୁ ସେ ଯାହାକୁ ନିଜ ସମ୍ପର୍କରେ କୁହନ୍ତି, ସେ ଏକାକୀ ଜୀବନକୁ ଖୁବ୍‌ ଉପଭୋଗ କରୁଛନ୍ତି ବୋଲି କହିଥାନ୍ତି।

କେମିତି ପଡ଼ିଲା ଜଣା:
ଯେତେବେଳେ ୨୦୧୪ରେ ନରେନ୍ଦ୍ର ମୋଦି ଭଦୋଦରା ସିଟ୍‌ରୁ ନାମାଙ୍କନ ପତ୍ର ଦାଖଲ କରିଥିଲେ ଏହି ସମୟରେ ନିଜର ବିବାହ କଥା ତାଙ୍କୁ ସ୍ବୀକାର କରିବାକୁ ପଡ଼ିଥିଲା। ରିପ୍ରେଜେଣ୍ଟେସ ଅଫ୍‌ ଦ ପିପୁଲ୍ସ ଆକ୍ଟ ୧୯୫୧ ଅନୁଯାୟୀ, ନିଜର ସମ୍ପତ୍ତି ଏବଂ ସ୍ତ୍ରୀ ବିଷୟରେ ଜଣାଇବା ନିହାତି ଦରକାର। ସେତେବେଳେ ହିଁ ବିବାହ ସମ୍ପର୍କରେ ଜଣାପଡ଼ିଥିଲା। ଏଥିରୁ ଜଣାପଡ଼ିଥିଲା ୧୯୬୮ରେ ମୋଦିଙ୍କ ବିବାହ ଯଶୋଦାବେନ୍‌ଙ୍କ ସହ ପରିବାର ଲୋକେ କରାଇଥିଲେ। ମୋଦି ବିବାହ କରିବାକୁ ଚାହୁଁ ନ ଥିଲେ। ପରିବାର ଲୋକଙ୍କ ଚାପ ପଡ଼ିବାରୁ ତାଙ୍କ ବିବାହ କରିବାକୁ ପଡ଼ିଥିଲା। ଏହା ପରେ ସ୍ତ୍ରୀଙ୍କ ସହ ୩ ବର୍ଷ ରହିଥିଲେ। ଦିନେ ସେ ଘରୁ ବାହାରି ଆସିଥିଲେ ଯେ, ଆଉ ଫେରି ନ ଥିଲେ।


ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ଯଶୋଦାବେନ୍‌ କହିଥିଲେ, ସ୍ତ୍ରୀ ହେବା ତାଙ୍କ ଭାଗ୍ୟରେ ନାହିଁ। ଯାହା ତାଙ୍କ ଭାଗ୍ୟରେ ଥିଲା ତାହା ହେଲା। ମୋଦି ତାଙ୍କୁ ଛାଡ଼ି ଚାଲିଯିବା ପରେ ବି ସେ ଦ୍ୱିତୀୟ ବିବାହ କରିନାହାନ୍ତି। ଗୋଟିଏ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ ଚାକିରି କରିଥିଲେ। ବର୍ତ୍ତମାନ ଅବସର ନେଇ ତାଙ୍କ ଭାଇଙ୍କ ପାଖରେ ରହୁଛନ୍ତି। ସେହିପରି ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ମାଆଙ୍କ ନିକଟରେ ରହୁଛନ୍ତି।

Share