ସ୍ବାମିତ୍ୱ ଯୋଜନାର ଶୁଭାରମ୍ଭ କଲେ ମୋଦି, ଗ୍ରାମବାସୀଙ୍କୁ ମିଳିବ ଡିଜିଟାଲ ସମ୍ପତ୍ତି କାର୍ଡ

ନୂଆଦିଲ୍ଲୀ,୨୫।୪:  ସାରା ଦେଶରେ ସମ୍ପତ୍ତି ଅଧିକାର ଓ ପ୍ରମାଣପତ୍ର ଯୋଗୁ ବିଭିନ୍ନ ସମୟରେ ଅନେକ ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପତ୍ତି ଅଧିକାର ପାଇଁ ‘ସ୍ବାମିତ୍ୱ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏକ ଭିଡିଓ କନ୍‌ଫରେନ୍ସ ଜରିଆରେ ମୋଦି ଏହି ଯୋଜନାର ଶୁଭାରମ୍ଭ କରି କହିଥିଲେ, ଉକ୍ତ ଯୋଜନା ବଳରେ ସାରା ଦେଶର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରହିଥିବା ସଂରକ୍ଷଣ ବ୍ୟବସ୍ଥାରେ ଲୋକମାନଙ୍କୁ ସେମାନଙ୍କ ସମ୍ପତ୍ତି ବା ଜମିର ପ୍ରମାଣପତ୍ର ବର୍ତ୍ତମାନ ସମୟରେ ଡିଜିଟାଲ କାର୍ଡ ଜରିଆରେ ସ୍ଥାନୀୟ ପ୍ରଶାସନ ସମ୍ପୃକ୍ତ ବ୍ୟକ୍ତିକୁ ଏକ ମାଲିକାନା ପତ୍ର ପ୍ରଦାନ କରିବେ। ଫଳରେ ଏହି ଯୋଜନା ସାରା ଦେଶରେ ପ୍ରଚଳନ ହେବା ଦ୍ୱାରା ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ଆଉ କୌଣସି ସମସ୍ୟା ଓ ଠକେଇର ସାମ୍ନା କରିବାକୁ ପଡିବ ନାହିଁ ।
ସେ ଆହୁରି କହିଛନ୍ତି , ଆମକୁ କରୋନା ଭଳି ମହାମାରୀ ସମୟରେ ସାଙ୍ଗ ହୋଇ ମିଳିତ ଭାବରେ କାମ କରିବାକୁ ପଡିବ। ଦେଶରେ ଅଧିକରୁ ଅଧିକ ଲୋକଙ୍କୁକୁ ଟିକାକରଣ କରିବା ପାଇଁ ମେ ୧ ରୁ ସରକାରଙ୍କ ଦ୍ୱାରା ଦେଶରେ ଟିକାକରଣର କ୍ଷମତା ଓ ନିୟମାବଳୀକୁ ମଧ୍ୟ ବଢାଯାଇଛି। ଏହି ସମୟରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଉଥିବା ଗାଇଡ୍‌ଲାଇନକୁ ପ୍ରତ୍ୟେକ ଲୋକ ମାନିବା ଉଚିତ। ବର୍ତ୍ତମାନ ସମୟରେ ଆମ ପାଖରେ କରୋନାଠୁ ମୁକ୍ତି ପାଇବା ପାଇଁ କୌଣସି ବ୍ୟବସ୍ଥା ଉପଲବ୍ଧ ନ ଥିବାରୁ ସୁରକ୍ଷା ପାଇଁ କେବଳ କୋଭିଡ ଟିକା ହିଁ ଉପଲବ୍ଧ ରହିଛି। ଏହାର ୨ ଡୋଜ ଆମର ଜୀବନ ପାଇଁ ମହତ୍ତ୍ୱ ରଖିଛି। ଏହାକୁ କିପରି ଦେଶବାସୀ ସହଜରେ ପାଇପାରିବେ ସେଥିପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ଯୋଜନାରେ ୪.୯ ଲକ୍ଷ ଲୋକଙ୍କୁ ଡିଜିଟାଲ ପ୍ରମାଣପତ୍ର ବିଭିନ୍ନ ରାଜ୍ୟର ଲୋକଙ୍କୁ ପ୍ରଦାନ କରାଯାଇଛି। ଖୁବ୍‌ଶୀଘ୍ର ସାରା ଦେଶରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ପ୍ରେସ୍‌ ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

UPI New Rule: ମୋବାଇଲ ନମ୍ବର ବନ୍ଦ ଥିଲେ ମିଳିବ ନାହିଁ UPI ସେବା, ବଦଳୁଛି ନିୟମ

ନୂଆଦିଲ୍ଲୀ,୩୧।୩: UPI କାରବାରର ସୁରକ୍ଷା ଏବଂ ପ୍ରଭାବକୁ ବୃଦ୍ଧି କରିବା ପାଇଁ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ନୂତନ ନିୟମ ଜାରି କରିଛି।...

ଇସ୍ପାତ ଶିଳ୍ପରେ ଓଡ଼ିଶା ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରୁଛି

ଓଡ଼ିଶା ଆଇରନ୍‌ ଓ ଷ୍ଟିଲ୍‌ ଶିଳ୍ପରେ ସ୍କାନ୍‌ ଗ୍ରୁପ୍‌ ବେଶ୍‌ ଜଣାଶୁଣା। ଏହାର ଫ୍ଲାଗଶିପ୍‌ କମ୍ପାନୀ ସ୍କାନ ଷ୍ଟିଲ୍‌ ଲିମିଟେଡ୍‌ ରାଜଗାଙ୍ଗପୁରରେ ଅବସ୍ଥିତ ଏହାର ଇଣ୍ଟିଗ୍ରେଟେଡ୍‌...

ଉଦ୍ୟୋଗୀମାନେ ନୈତିକତା ବଜାୟ ରଖିବା ଜରୁରୀ

ଅତ୍ୟାଧୁନିକ ପ୍ରଣାଳୀରେ କାଜୁ ପ୍ରକ୍ରିୟାକରଣ କରି ବଜାରରେ ଉପଲବ୍ଧ କରାଇବାରେ ବିନାୟକ କ୍ୟାସ୍ୟୁଜ୍‌ ବେଶ୍‌ ପରିଚିତ। ଓଡ଼ିଶା କାଜୁକୁ ସାରା ଭାରତରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଢେଙ୍କାନାଳସ୍ଥିତ...

ମୁକେଶ ଅମ୍ବାନୀଙ୍କ ଉପହାର: Jioର ଏହି ପ୍ଲାନରେ ମିଳିବ ୯୧୨.୫ ଜିବି ଡାଟା ମାଗଣା… 

ନୂଆଦିଲ୍ଲୀ,୩୦।୩: ଯେତେବେଳେ ରିଚାର୍ଜ ପ୍ଲାନ ବିଷୟରେ କଥା ଆସେ, ପ୍ରାୟତଃ ଏହାର ବୈଧତା ଏବଂ ଡାଟା ଉପରେ ଧ୍ୟାନ ଦିଆଯାଏ। ଯେଉଁ ଯୋଜନାରେ ଏହି ଦୁଇଟି...

ଭାରତର ଅଧା ଲୋକଙ୍କ ପାଖରେ ୩.୫ ଲକ୍ଷରୁ ଅଛି କମ୍‌ ଟଙ୍କା, ଚେତାବନୀ ଦେଇ ଅର୍ଥ ବିଶେଷଜ୍ଞ କହିଲେ…

ନୂଆଦିଲ୍ଲୀ,୩୦ା୩: ଭାରତର ଅଧା ଲୋକଙ୍କ ପାଖରେ ୩.୫ ଲକ୍ଷ ଟଙ୍କାରୁ କମ୍‌ ରହିଛି। ଏନେଇ ଅର୍ଥ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ, ଭାରତର ପରବର୍ତ୍ତୀ ସଙ୍କଟ...

ଭାଙ୍ଗିବ ସବୁ ରେକର୍ଡ; ଶୀଘ୍ର ୯୬,୦୦୦ ଟଙ୍କା ଛୁଇଁବ ସୁନା

ନୂଆଦିଲ୍ଲୀ,୩୦।୩: ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି ସୁନା ମୂଲ୍ୟ। ଏପରି ପରିସ୍ଥିତିରେ ଭାରତୀୟ ଗ୍ରାହକ ଏବଂ ନିବେଶକଙ୍କ ଚିନ୍ତା ବଢ଼ିଛି। ICICI ବ୍ୟାଙ୍କ ଗ୍ଲୋବାଲ ମାର୍କେଟସର...

ବିକ୍ରି ହୋଇଗଲା X, ମସ୍କଙ୍କ ଠାରୁ 28,23,43,71,00,00ଟଙ୍କାରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୩୦।୩: ଏଲନ ମସ୍କ ତାଙ୍କ ନିଷ୍ପତ୍ତିରେ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦିଅନ୍ତି, ଏହା ତାଙ୍କର ପୁରୁଣା ଅଭ୍ୟାସ। ଏଥର ମଧ୍ୟ ସେ ଏପରି ଏକ ନିଷ୍ପତ୍ତି...

ପ୍ରଥମ ବ୍ୟବସାୟରେ ବିଫଳତା ହତୋତ୍ସାହିତ କରିପାରି ନ ଥିଲା

୧୯୬୭ରେ ଜନ୍ମ ହୋଇଥିଲେ ଭୁବନେଶ୍ୱରରେ ଗୀତାଞ୍ଜଳି ଆଓ୍ବାର୍ଡସ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ କ୍ରିଷ୍ଣମୋହନ ଟାଟା। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ସରିବା ପରେ ପରିବାର ଲୋକେ ଚାହଁୁଥିଲେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image