ନୂଆଦିଲ୍ଲୀ,୧୪।୮: ଆଉ ମାତ୍ର କେଇ ଘଣ୍ଟା ପରେ ଦେଶ ପାଳିବ ସ୍ବାଧିନତା ଦିବସ। ଏହି ଦିବସରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନକୁ ନେଇ ଏବେ ବିଭିନ୍ନ ପ୍ରକାର ଆଲୋଚନା ହେଉଛି। କୁହାଯାଉଛି କି ‘ଓ୍ବାନ ନେଶନ ଓ୍ବାନ ରାଶନ କାର୍ଡ’ ପରେ ଏବେ ସରକାର ‘ଓ୍ବାନ ନେଶନ ଓ୍ବାନ ହେଲ୍ଥ କାର୍ଡ’ ଲାଗୁ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧିନତା ଦିବସ ଅବସରରେ ଏହାର ଘୋଷଣା କରିପାରନ୍ତି ବୋଲ ଅନୁମାନ କରାଯାଉଛି। ଏହି ଯୋଜନା ଅଧିନରେ ଚିକିତ୍ସା ଓ ଟେଷ୍ଟର ସମସ୍ତ ତଥ୍ୟ ରଖାଯିବ। ଏସମସ୍ତ ତଥ୍ୟ କାର୍ଡରେ ଡିଜିଟାଲ ମାଧ୍ୟମରେ ଏଣ୍ଟ୍ରି କରି ଦିଆଯିବ। ଏହାଦ୍ୱାରା ଏତିକି ସୁବିଧା ହେବ ଯେ ଜଣେ ବ୍ୟକ୍ତି ଦେଶର ଯେକୌଣସି ସ୍ଥାନରେ ଚିକିତ୍ସିତ ହେବାକୁ ଚାହିଁଲେ ଆଉ ପୁରୁଣା ରେକର୍ଡ ସାଙ୍ଗରେ ବୋହିବା ଦରକାର ପଡିବ ନାହିଁ। ଡାକ୍ତର ୟୁନିକ ଆଇଡି ମାଧ୍ୟମରେ ସମସ୍ତ ତଥ୍ୟ ପାଇପାରିବେ। ପ୍ରତ୍ୟେକ ନାଗରିକଙ୍କର ସିଙ୍ଗଲ ୟୁନିକ ଆଇଡି ଜାରି କରାଯିବ।