Categories: ଜାତୀୟ

ପ୍ରଧାନମନ୍ତ୍ରୀ କହିଲେ ଏହା ୧୦୦ ବର୍ଷର ବିଶ୍ୱାସର ବଜେଟ

ନୂଆଦିଲ୍ଲୀ,୧ ।୨: ମଙ୍ଗଳବାର ଉପସ୍ଥାପିତ ହୋଇଛି ବଜେଟ ୨୦୨୨ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ବଜେଟ ୧୦୦ ବର୍ଷର ଭୟଙ୍କର ବିପତ୍ତି(କରୋନା ଭାଇରସ ବିଶ୍ୱ ମହାମାରୀ) ମଧ୍ୟରେ ଏହା ବିକାଶର ନୂଆ ବିଶ୍ୱାସ ନେଇ ଆସିଛି । ଏହି ବଜେଟ ଅର୍ଥବ୍ୟବସ୍ଥାକୁ ମଜଭୁତ କରିବା ସହ ସାଧାରଣ ଜନତାଙ୍କ ପାଇଁ ଅନେକ ନୂଆ ଅବସରର ନିର୍ମାଣ କରିବ ।

ମୋଦି କହିଛନ୍ତି ଏହା ୧୦୦ବର୍ଷର ବିଶ୍ୱାସର ବଜେଟ । ବଜେଟକୁ ନେଇ ଲୋକଙ୍କର ସକରାତ୍ମକ ପ୍ରତିକ୍ରିୟା ମିଳୁଛି । ବଜେଟରେ ସମ୍ପୂର୍ଣ୍ଣ ଫୋକସ ଗରିବଙ୍କ କଲ୍ୟାଣ ଉପରେ ଦିଆଯାଇଛି । ଏହାଦ୍ୱାରା ରୋଜଗାରର ସମ୍ଭାବନା ବଢିବ । ଉତ୍ତର ପ୍ରଦେଶ, ଝାଡଖଣ୍ଡ, ବିହାର ଓ ଉତ୍ତରାଖଣ୍ଡ ଭଳି ରାଜ୍ୟ ଉପରେ ଧ୍ୟାନ ଦିଆଯାଇଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବଜେଟ ଅଧିକ ଇନଫ୍ରାଷ୍ଟ୍ରକ୍‌ଚର, ଅଧିକ ଇନଭେଷ୍ଟମେଣ୍ଟ, ଅଧିକ ଗ୍ରୋଥ ଓ ଅଧିକ ନିଯୁକ୍ତିର ନୂଆ ସମ୍ଭାବନାରେ ଭରପୁର ରହିଛି । ଏହାଦ୍ୱାରା ‘ଗ୍ରୀନ ଜବ୍ସ’ର ବି କ୍ଷେତ୍ର ଖୋଲିବ ।
ମୋଦି ଆହୁରି ମଧ୍ୟ କହିଛନ୍ତି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର, ନର୍ଥ ଇଷ୍ଟ ଭଳି ସ୍ଥାନ ଲାଗି ପ୍ରଥମଥର ଦେଶରେ ପର୍ବତମାଳା ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ପାହାଡ଼ ଉପରେ ଟ୍ରାନ୍ସପୋଟେଶନ ଆଧୁନିକ ବ୍ୟବସ୍ଥାର ନିର୍ମାଣ କରିବ । ଜନତା-ଜନାର୍ଦ୍ଦନଙ୍କ ସେବା ଆମର ଉତ୍ସାହକୁ ଅନେକ ଗୁଣା ବଢାଇ ଦେଇଛି ।

Share