ଜେଲେନସ୍କିଙ୍କ କାନ୍ଧରେ ହାତ ରଖି ମୋଦି କରିଦେଲେ ବଡ଼ ଘୋଷଣା! କାବା ହୋଇଗଲା ଋଷିଆ-ଆମେରିକା

କିଭ୍‌,୨୪।୮: ୟୁକ୍ରେନ ଏବଂ ପୋଲାଣ୍ଡ ଗସ୍ତ ପରେ ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ସବୁଠାରୁ ବଡ଼ କଥା ହେଉଛି ଋଷିଆର ଦୁଇଟି ଶତ୍ରୁ ଦେଶକୁ ଏକକାଳୀନ ଗସ୍ତ କରି ମୋଦି ସମସ୍ତଙ୍କୁ ତାଜୁବ କରି ଦେଇଛନ୍ତି। ବିଶେଷ କରି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କାନ୍ଧରେ ମୋଦି ଯେପରି ହାତ ରଖିଥିଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଲୋକମାନେ ଏହି ଫଟୋକୁ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଶେୟାର କରୁଛନ୍ତି।

ଶୁକ୍ରବାର ପୋଲାଣ୍ଡର ରାଜଧାନୀ ୱାର୍ସରୁ ଟ୍ରେନ ଯୋଗେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନର ରାଜଧାନୀ କିଭ୍‌ରେ ପହଞ୍ଚିଥିଲେ। ଏହାପରେ ୟୁକ୍ରେନ ରାଷ୍ଟ୍ରପତି ଏକ ସ୍ବାଗତ ଭାଷଣ ଦେଇଥିଲେ। ପରେ ଋଷିଆ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଥିବା ପିଲାମାନଙ୍କ ସ୍ମୃତିରେ ସ୍ଥାପିତ ମ୍ୟୁଜିୟମ ଦେଖିବାକୁ ପ୍ରଧାନମନ୍ତ୍ରୀ ମୋଦି ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ପହଞ୍ଚିଥିଲେ, ସେତେବେଳେ ପରିବେଶ ଦୁଃଖଦାୟକ ହୋଇଥିଲା। ମୃତ ପିଲାଙ୍କ ଶ୍ରଦ୍ଧାଞ୍ଜଳି ଦେବାବେଳେ ମୋଦି ଭାବବିହ୍ବଳ ହୋଇ ଯାଇଥିଲେ। ଏହି ସମୟରେ ଜେଲେନସ୍କି ମଧ୍ୟ ଭାବପ୍ରବଣ ହୋଇଥିଲେ। ଏହି ସମୟରେ ମୋଦି ଜେଲେନସ୍କିଙ୍କ କାନ୍ଧରେ ହାତ ରଖି ୟୁକ୍ରେନ ରାଷ୍ଟ୍ରପତିଙ୍କୁ ସାନ୍ତ୍ୱନା ଦେଇଥିଲେ। ଯାହା ଭାଇରାଲ ହେବାରେ ଲାଗିଛି।

ରାଜନୀତି ବିଶେଷକରି କୂଟନୀତିରେ ରାଜନେତାଙ୍କ ଏପରି ହାବଭାବରେ ଡାଏଲଗ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଯେତେବେଳେ ୭୩ବର୍ଷିୟ ପ୍ରଦାନମନ୍ତ୍ରୀ ୪୬ବର୍ଷିୟ ଜେଲେନସ୍କିଙ୍କ କାନ୍ଧ ଉପରେ ହାତ ରଖିଲେ ସେତେବେଳେ ଦୁନିଆକୁ ଏକ ବଡ଼ ସନ୍ଦେଶ ମିଳିଥିଲା। ବିଶ୍ୱକୁ ଏହି ସୂଚନା ଗଲା ଯେ, ୟୁକ୍ରେନର ଏହି ବଦ ବିପଦ, ପୀଡା ଓ ଦୁଃଖ ମୂହୁର୍ତ୍ତରେ ଭାରତ ତା’ ପଛରେ ଛିଡା ହୋଇଛି। ମୋଦି ଯେତେବେଳେ ଜେଲେନସ୍କି କାନ୍ଧରେ ହାତ ରଖି ସାନ୍ତ୍ୱନା ଦେଉଥିଲେ ସେମାନେ ଏକ ଫଟୋ ଦେଖୁଥିଲେ। ତାହା ହେଉଛି ଋଷିଆ ଆକ୍ରମଣରେ ୟୁକ୍ରେନର ଏକ ସହର ଶ୍ମଶାନରେ ପରିଣତ ହୋଇଛି।

Share