Categories: ଜାତୀୟ

ପ୍ରିୟଙ୍କାଙ୍କ ଅନୁରୋଧ ରଖିଲେ ମୋଦି

ନୂଆଦିଲ୍ଲୀ,୧୫।୭: ସରକାରୀ ବଙ୍ଗଳା ଖାଲିକରିବା ଲାଗି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ପ୍ରିୟଙ୍କାଙ୍କ ଅନୁରୋଧକ୍ରମେ ପ୍ରଧାନମନ୍ତ୍ରୀ ମୋଦି ଆଉ କିଛିଦିନ ଲୋଧି ଇଷ୍ଟେଟ୍‌ ବଙ୍ଗଳାରେ ରହିବା ଲାଗି ତାଙ୍କୁ ଅନୁମତି ଦେଇଛନ୍ତି। ୨୦୧୧ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚିକିତ୍ସା ଲାଗି ବିଦେଶ ଗସ୍ତରେ ବାହାରିଥିବା ବେଳେ ୧୦, ଜନପଥକୁ ମୋଦି ଫୁଲତୋଡ଼ା ପଠାଇଥିଲେ। ସୋନିଆଙ୍କ ଗସ୍ତକୁ ଦଳ ପକ୍ଷରୁ ଗୁପ୍ତ ରଖାଯିବା ଲାଗି ଯୋଜନା କରାଯାଇଥିବା ବେଳେ ଶେଷରେ ଦେଶକୁ ଏନେଇ କଂଗ୍ରେସ ସବୁ ତଥ୍ୟ ଦେବାକୁ ବାଧ୍ୟ ହୋଇଥିଲା।

Share