ନୂଆଦିଲ୍ଲୀ,୯।୧୨: ଦୁଇଟି ରାଜ୍ୟ ତଥା ଛଅଟି ବିଧାନସଭା ଉପ-ନିର୍ବାଚନର ଫଳାଫଳର ଗୋଟିଏ ଦିନ ପରେ ଲୋକ ସଭାର ବିରୋଧୀଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଭାଜପାକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ମୋଦି ମ୍ୟାଜିକ୍ ଶେଷ ହେବାକୁ ଯାଉଛି। ଚାଇନା ସେନା ଲଦାଖରେ ପ୍ରବେଶ କରି ୨୦୦ରୁ ଅଧିକ ଆଶ୍ରୟସ୍ଥଳୀ ନିର୍ମାଣ କରିଛି। ଏଥିସହ ସେନାକୁ ପାଟ୍ରୋଲିଂ କରିବାକୁ ଅନୁମତି ମିଳୁନାହିଁ। ଯଦି ଏହା ଜାରି ରହେ, ତେବେ ସିଆଚୀନ ଗ୍ଲାସିୟରର ପରିସ୍ଥିତି ତିକ୍ତତା ହୋଇପାରେ। ସରକାର ଜି-୨୦କୁ ସୂଚାଇବା ପରିବର୍ତ୍ତେ ଭାରତ-ଚାଇନା ପ୍ରସଙ୍ଗ ସଂସଦରେ ଆଲୋଚନା କରିବା ଆବଶ୍ୟକ।
କଂଗ୍ରେସର ବରିଷ୍ଠ ନେତା ଆହୁରି ମଧ୍ୟ କହିଛନ୍ତି ଯେ, ମୋଦି ଜି ଏହି ନିର୍ବାଚନରୁ ଶିକ୍ଷା ଗ୍ରହଣ କରିବା ଉଚିତ୍, ମୋଦି ଜିଙ୍କର ମ୍ୟାଜିକ୍ ଶେଷ ହେଉଛି। ସେ ତିନୋଟି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଗୋଟିଏ ଜିତିଥିଲେ। ନିର୍ବାଚନ ପାଇଁ ଗୁଜୁରାଟରେ ଘରକୁ ଘର ବୁଲି ପ୍ରଚାର କରିଥିଲେ, ଏତେ ବିକାଶଶୀଳ ହୋଇଥିଲେ ମଧ୍ୟ କାହିଁକି ସେ ଘରକୁ ଘର ଯାଇ ପ୍ରଚାର କରିଥିଲେ? ଏଥିରୁ ସ୍ପଷ୍ଟ ହେଉଛି କି ମୋଦି ଜିଙ୍କର ମ୍ୟାଜିକ୍ ତାଙ୍କଠାରୁ ଦୂରେଇ ଯାଉଛି।