Categories: ଜାତୀୟ

ଉତ୍ତରପ୍ରଦେଶ ରାଜନୀତିରେ ମୋଦି ମ୍ୟାନ୍‌ଙ୍କ ଏଣ୍ଟ୍ରି

ଲକ୍ଷ୍ନୌ,୧୪।୧: ମୋଦି ମ୍ୟାନ୍‌ କୁହାଯାଉଥିବା ପୂର୍ବତନ ଆଇଏଏସ୍‌ ଅଫିସର ଅରବିନ୍ଦ କୁମାର ଶର୍ମା ଉତ୍ତରପ୍ରଦେଶ ରାଜନୀତିରେ ଏଣ୍ଟ୍ରି କରିଛନ୍ତି। ଗୁରୁବାର ସେ ଭାଜପାରେ ଯୋଗ ଦେଇଛନ୍ତି। ରାଜ୍ୟ ଭାଜପା ମୁଖ୍ୟ ସ୍ବତନ୍ତ୍ର ଦେବ ସିଂ ଏବଂ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମାଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ୧୯୮୮ ବ୍ୟାଚ୍‌ ଗୁଜରାଟ କ୍ୟାଡର ଆଇଏଏସ୍‌ ଅଫିସର ଅରବିନ୍ଦ ୧୮ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କାର୍ଯ୍ୟ କରିଛନ୍ତି। ତାଙ୍କ କାର୍ଯ୍ୟକାଳରେ ମୋଦି ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ଆଉ ଦେଢ଼ବର୍ଷ ପରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ। ସେ ସ୍ବେଚ୍ଛାକୃତ ଅବସର ନେବାପରେ ମୋଦି ତାଙ୍କୁ ମିଶନ ଉତ୍ତରପ୍ରଦେଶରେ ପଠାଇଛନ୍ତି। ପ୍ରଥମଥର ସେ ମୋଦିଙ୍କଠାରୁ ଅଲଗା ହୋଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ କାମ କରିବେ। ଅରବିନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କ୍ୟାବିନେଟ୍‌ରେ ସ୍ଥାନ ମିଳିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share