Categories: ଜାତୀୟ

ବାଇଡେନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗି ପାରନ୍ତି ମୋଦି

ନୂଆଦିଲ୍ଲୀ,୮ା୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତରେ ପହଞ୍ଚିବାକୁ ଯାଉଛନ୍ତି। ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ସେ ଭାରତ ଆସୁଛନ୍ତି। ତେବେ ରାଜଧାନୀ ଦିଲ୍ଲୀରେ ବାଇଡେନଙ୍କୁ ସ୍ବାଗତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି ଏବଂ ସମସ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ବାଇଡେନଙ୍କ ବ୍ୟତୀତ ଅନେକ ଦେଶର ମୁଖ୍ୟ ମଧ୍ୟ ଭାରତରେ ପହଞ୍ଚିସାରିଛନ୍ତି। ଯାହାଙ୍କୁ ସ୍ବାଗତ ଜଣାଇବା ପାଇଁ ବିଭିନ୍ନ ମନ୍ତ୍ରୀ ପହଞ୍ଚିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ବିମାନବନ୍ଦରରେ ବାଇଡେନଙ୍କୁ ସ୍ବାଗତ କରିବାକୁ ଯାଇପାରନ୍ତି।

କୁହାଯାଉଛି, ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ବାରାକ୍‌ ଓବାମା ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ମୋଦି ଯେମିତି ପ୍ରୋଟୋକଲ ଭାଙ୍ଗି ସେମାନଙ୍କୁ ସ୍ବାଗତ କରିଥିଲେ ଠିକ୍‌ ବାଇଡେନଙ୍କ ପାଇଁ ମଧ୍ୟ ସେମିତି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ପ୍ରଧାନମନ୍ତ୍ରୀ ନିଜେ ତାଙ୍କୁ ବିମାନବନ୍ଦରରେ ନେବାକୁ ଆସିଥିଲେ। ବାରାକ ଓବାମା ତାଙ୍କ ସ୍ତ୍ରୀ ମିସେଲ ଓବାମାଙ୍କ ସହ ୨୦୧୫ରେ ଭାରତ ଆସିଥିଲେ। ସେହିପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୦ରେ ଭାରତ ଗସ୍ତ କରିଥିଲେ। ବର୍ତ୍ତମାନ ଯେତେବେଳେ ବାଇଡେନ ଭାରତ ଆସୁଛନ୍ତି ସେତେବେଳେ ମୋଦି ମଧ୍ୟ ସେହି ପରମ୍ପରାର ପୁନରାବୃତ୍ତି କରିପାରନ୍ତି।

Share