Categories: ଜାତୀୟ

ମୋଦି ବୋଧ ହୁଏ ମହାରାଷ୍ଟ୍ର ଭଳି ଘଟଣାର ଲୋକତନ୍ତ୍ର ଜନନୀ ସମ୍ପର୍କରେ ଆମେରିକାରେ କହିଥିଲେ: ସିବଲଙ୍କ କଟାକ୍ଷ…

ନୂଆଦିଲ୍ଲୀ,୨।୭ : ରାଜ୍ୟସଭା ସଦସ୍ୟ କପିଲ ସିବଲ ରବିବାର ଏନସିପି ନେତା ଅଜିତ ପାୱାର ମହାରାଷ୍ଟ୍ର ସରକାରରେ ଯୋଗଦେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି। ସିବଲ କହିଛନ୍ତି, ବୋଧହୁଏ ମହାରାଷ୍ଟ୍ର ଭଳି ଘଟଣାର ଲୋକତନ୍ତ୍ର ଜନନୀ ସମ୍ପର୍କରେ ମୋଦି ଆମେରିକା ସଂସଦରେ ନିଜ ଭାଷଣରେ ଉଲ୍ଲେଖ କରିଥିଲେ।
ପ୍ରକୃତ ପକ୍ଷେ ଭାଜପା ସରକାର ଦେଶରେ ଗଣତନ୍ତ୍ରକୁ ଶେଷ କରିବାରେ ଲାଗିଛନ୍ତି। ଏହା ଗଣତନ୍ତ୍ରର ଆତ୍ମା ନୁହେଁ। ମୋଦିଙ୍କ କଥା ଏବଂ କାମରେ ବହୁ ଫରକ ରହିଥିବା ସିବଲ କହିଛନ୍ତି।

Share