ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଙ୍ଗଠନ, କଡା କାର୍ଯ୍ୟନୁଷ୍ଠାନ ଜରୁରୀ: ହ୍ୟାରିସ-ମୋଦି

ୱାଶିଂଟନ,୨୪ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଳମ୍ବିତ ରାତିରେ ଆମେରିକାର ଉପରାଷ୍ଟ୍ରପତି ତଥା ଭାରତୀୟ ମୂଳ ବାସିନ୍ଦା କମଲା ହ୍ୟାରିସଙ୍କୁ ଭେଟିଛନ୍ତି । ଏହି ସମୟରେ ଭାରତ-ଆମେରିକା ସମ୍ପର୍କକୁ ନେଇ ଆଲୋଚନା ହୋଇଛି । ଏହାସହ ଆଫଗାନିସ୍ତାନକୁ ନେଇ ଆଲୋଚନା ହେବା ସହ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନକୁ ନେଇ ଉପରାଷ୍ଟ୍ରପତି କମଲା ହ୍ୟାରିସ କ୍ଷୋଭ ପ୍ରକାଶ କରିଛନ୍ତି । ଉଭୟ ନେତା ଆତଙ୍କବାଦୀ ସଙ୍ଗଠନ ଉପରେ କଡା କାର୍ଯ୍ୟାନୁଷ୍ଠାନକୁ ନେଇ ଆଲୋଚନା କରିଛନ୍ତି । ପାକିସ୍ତାନରେ ଆତଙ୍କବାଦୀ ସଙ୍ଗଠନ ସକ୍ରିୟ ଥିବା େବେଳ ଇସଲାମାବାଦ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ବୋଲି କମଲା କହିଛନ୍ତି । କମଲାଙ୍କ ସହ ମୋଦିଙ୍କର ଏହା ପ୍ରଥମ ସାକ୍ଷାତ୍‌କାର ହୋଇଥିବା ବେଳେ ଏହା ପୂର୍ବରୁ ଏମାନେ ଫୋନ ଯୋଗେ କଥା ହୋଇଛନ୍ତି । ତେବେ ସାକ୍ଷାତ୍‌କାର ସମୟରେ କରୋନା ମହାମାରୀ, ଟିକାକରଣ ଓ ପୁଣିଥରେ ଭାରତ ଟିକା ପ୍ରସ୍ତୁତି ଆରମ୍ଭକୁ ନେଇ କମଲା ଖୁସି ବ୍ୟକ୍ତ କରିଛନ୍ତି ।

Share