Categories: ଜାତୀୟ

ଜାପାନ ଗସ୍ତରେ କୋରିଆ, ଭିଏତନାମ ନେତାଙ୍କୁ ଭେଟିଲେ ମୋଦି

ଟୋକିଓ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ତ୍ର ମୋଦି ଜି-୭ ବାର୍ଷିକ ଶିଖର ସମ୍ମିଳନୀରେ ଯୋାଗ ଦେବାକୁ ଜାପାନ ଯାଇଛନ୍ତି। ଶନିବାର ମୋଦି କୋରିଆ ଗଣତନ୍ତ୍ରର ରାଷ୍ଟ୍ରପତି ୟୁନ ସୁକ ୟୋଲ ଓ ଭିଏତନାମ ପ୍ରଧାନମନ୍ତ୍ରୀ ଫାମ ମିନ ଚିନଙ୍କ ସହ ଦ୍ୱିପାକ୍ଷିକ ସାକ୍ଷାତ୍‌ ଆଲୋଚନା କରିଛନ୍ତି। ଏହି ସାକ୍ଷାତ୍‌କାର ଜାପାନର ଐତିହାସିକ ସହର ହିରୋଶିମାରେ ହୋଇଛି। ଏହି ବୈଠକ ସମୟରେ ଦୁଇ ଦେଶ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଜାପାନର ହିରୋଶିମାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ଜଣେ ପ୍ରସିଦ୍ଧ ଲେଖକ, ହିନ୍ଦୀ ଏବଂ ପଞ୍ଜାବୀ ଭାଷାର ପରିଚିତ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତଥା ଜାପାନର ପ୍ରସିଦ୍ଧ ଚିତ୍ରକାର ହିରୋକୋ ଟାକାୟାମାଙ୍କୁ ଡକ୍ଟର ଟୋମିଓ ମିଜୋକାମିଙ୍କୁ ଭେଟିଛନ୍ତି। ଡକ୍ଟର ଟୋମିଓଙ୍କୁ ଭେଟିବା ପରେ ପିଏମ ମୋଦୀ ଟୁଇଟ କରି କହିଛନ୍ତି ଯେ ପ୍ରଫେସର ଟୋମିଓ ମିଜୋକାମିଙ୍କୁ ଭେଟି ସେ ବହୁତ ଖୁସି ଅଛନ୍ତି। ସେ ହିନ୍ଦୀ ଏବଂ ପଞ୍ଜାବୀ ଭାଷାରେ ଜ୍ଞାନି ଏବଂ ଜାପାନର ଲୋକଙ୍କ ମଧ୍ୟରେ ଭାରତୀୟ ସଂସ୍କୃତିକୁ ଲୋକପ୍ରିୟ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

Share