ୟୁଏଇ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି

ଆବୁଧାବି, ୨୯ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଷ୍ଟ୍ରପତି ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ୍‌ ଅଳ୍‌ ନହୟାନ୍‌ଙ୍କୁ ଭେଟିଛନ୍ତି। ଏହି ଅବସରରେ ମୋଦି ମେ’ ୧୩ରେ ପରଲୋକ ଘଟିଥିବା ଉପସାଗରୀୟ ରାଷ୍ଟ୍ରର ପୂର୍ବତନ ରାଷ୍ଟ୍ରପତି ଶେଖ୍‌ ଖଲିଫା ବିନ୍‌ ଜାୟେଦ୍‌ ଅଲ୍‌ ନହୟାନ୍‌ଙ୍କ ପାଇଁ ଶୋକବ୍ୟକ୍ତ କରିଥିଲେ। ଜର୍ମାନୀରେ ଜି-୭ ସମ୍ମିଳନୀରେ ଅତିଥି ଭାବେ ଯୋଗ ଦେବା ପରେ ମୋଦି ୟୁଏଇ ଅଭିମୁଖେ ଗସ୍ତ କରିଥିଲେ। ଆବୁଧାବି ପ୍ରେସିଡେନ୍ସିଆଲ ଏୟାରପୋର୍ଟରେ ଶେଖ ମହମ୍ମଦ ମୋଦିଙ୍କୁ ସ୍ବାଗତ କରିଥିଲେ। ଗତ ମାସରେ ଶେଖ ମହମ୍ମଦ ୟୁଏଇ ରାଷ୍ଟ୍ରପତି ହେବା ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ।

Share