ବେଙ୍ଗାଲୁରୁରେ କନ୍ନଡ ତାରକାଙ୍କୁ ଭେଟିଲେ ମୋଦି

ବେଙ୍ଗାଲୁରୁ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏରୋ ଇଣ୍ଡିଆର ଉଦ୍‌ଘାଟନ ପାଇଁ ବେଙ୍ଗାଲୁରୁ ଗସ୍ତ ବେଳେ କନ୍ନଡ ଇଣ୍ଡଷ୍ଟ୍ରିର ଅନେକ ତାରକାଙ୍କୁ ଭେଟିଛନ୍ତି। ସୋସିଆଲ ମିଡିଆରେ ଏହାର କିଛି ଫଟୋ ସାମ୍ନାକୁ ଆସିଛି ,ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ‘କେଜିଏଫ-୨’ର ସଫଳତା ପରେ କନ୍ନଡ ସିନେମାର ଏକ ପ୍ରସିଦ୍ଧ ଚେହେରା ପାଲଟିଥିବା ୟଶ, ଏବଂ ରିଷଭ ଶେଟ୍ଟୀ ମଧ୍ୟ ଥିଲେ। ଏଥିସହ ସ୍ବର୍ଗତ ଅଭିନେତା ପୁନିତ୍‌ ରାଜକୁମାରଙ୍କ ସ୍ତ୍ରୀ ମଧ୍ୟ ନଜର ଆସିଛନ୍ତି। ଏହି ସାକ୍ଷାତ ସମୟରେ ମନୋରଞ୍ଜନ ଶିଳ୍ପର ଅନେକ ଦିଗ ଉପରେ ଆଲୋଚନା କରାଯାଇଥିଲା। ଏହା ସହିତ ରାଜ୍ୟରେ ପ୍ରେକ୍ଷାଳୟର ସଂଖ୍ୟା ବୃଦ୍ଧି, ସିନେମାର ପ୍ରଭାବ ଏବଂ ସିନେମାର ଅର୍ଥନୀତିରେ ଅବଦାନ ଭଳି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିବା ଜଣାପଡିଛି। ତେବେ କନ୍ନଡ ସିନେମାର ବିକାଶ ପାଇଁ ସମସ୍ତ ସାହାଯ୍ୟ ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

Share