Posted inଜାତୀୟ

ସୋନିଆ, ମୁଲାୟମଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୭।୪: ଆଜି ବଜେଟ ଅଧିବେଶନ ଶେଷ ହେବା ସହିତ ସଂସଦର ପ୍ରକ୍ରିୟା ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ବଜେଟ ଅଧିବେଶନ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାଶନାଲ୍‌ କନଫରେନ୍ସ ନେତା ମୁଖ୍ୟ ଫାରୁକ ଅବଦୁଲ୍ଲା, ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କୁ ଭେଟିଛନ୍ତି। ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଲୋକ ସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିଛନ୍ତି। ଏହା ବ୍ୟତୀତ ସେ ଆର ବାଲୁ ଏବଂ ଅଧୀର ରଂଜନ ଚୌଧୁରୀଙ୍କୁ ମଧ୍ୟ ଭେଟିଥିଲେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାତୀୟତାବାଦୀ କଂଗ୍ରେସ ଦଳର ମୁଖ୍ୟ ଶରଦ ପାୱାରଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ପ୍ରାୟ ୨୦ରୁ ୨୫ ମିନିଟ ପର୍ଯ୍ୟନ୍ତ ଚାଲିଥିଲା।
ସଂସଦର ବଜେଟ ଅଧିବେଶନ ଶେଷ ହୋଇଛି। ଏହା ସହ ସଂସଦର ପ୍ରକ୍ରିୟା ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଲୋକ ସଭା ବାଚସ୍ପତି ଓମ ର୍ବିଲା କହିଛନ୍ତି, ଏହି ଅଧିବେଶନରେ ସମସ୍ତ ସଦସ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସି ଗୃହର ପ୍ରକ୍ରିୟାରେ ଭାଗ ନେଇଥିଲେ। ସମୁଦାୟ ୧୩ଟି ବିଲ ପାରିତ ହୋଇଛି, ପାଞ୍ଚଟି ବିଷୟ ଉପରେ ଅନୁଦାନ ଦାବି ଉପରେ ଆଲୋଚନା କରାଯାଇଛି। ବଜେଟ ଉପରେ ମଧ୍ୟ ଆଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ନେଇ ଚମକାଇବା ଭଳି ଭବଷ୍ୟବାଣୀ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୮।୧୨: ନୂଆ ବର୍ଷରେ ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବାକୁ ଯାଉଛି। ନିର୍ବାଚନ ପାଖେଇ ଆସୁଥିବାରୁ ଆମ ଆଦମୀ ପାର୍ଟି ଭାଜପା ଉପରେ ଆକ୍ରମଣ...

ପଞ୍ଚଭୂତରେ ବିଲୀନ ହେଲେ ମନମୋହନ ସିଂ: ଝିଅ ଦେଲେ ମୁଖାଗ୍ନି

ନୂଆଦିଲ୍ଲୀ,୨୮।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ଆଜି ଦିଲ୍ଲୀର ନିଗମବୋଧ ଘାଟରେ ରାଜକୀୟ ସମ୍ମାନ ସହ ଶେଷ ହୋଇଛି। ତାଙ୍କ ଝିଅ ପିତାଙ୍କୁ...

ଶିଖ୍‌ ଧର୍ମରେ କିପରି କରାଯାଏ ଅନ୍ତିମ ସଂସ୍କାର, ହିନ୍ଦୁ ଧର୍ମର ରୀତିନୀତି ଠାରୁ ଏହା କେତେ ଅଲଗା

ନୂଆଦିଲ୍ଲୀ,୨୮।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଡିସେମ୍ବର ୨୬ରେ ଦେହାନ୍ତ ହୋଇଛି। ତେବେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଉଛି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ...

ଅନ୍ତିମ ଯାତ୍ରାରେ ବାହାରିଲେ ମନମୋହନ ସିଂ

ନୂଆଦିଲ୍ଲୀ,୨୮।୧୨: ଅନ୍ତିମ ଯାତ୍ରାରେ ବାହାରଛନ୍ତି ମନମୋହନ ସିଂ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆର୍ଥତ୍କ ସଂସ୍କାରର ଅଗ୍ରଦୂତ ଡ. ମନମୋହନ ସିଂ। ନିଗମବୋଧ ଘାଟକୁ ତାଙ୍କ ପାଥିବ...

ଆଜି ମନମୋହନଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ,୨୮ା୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆର୍ଥତ୍କ ସଂସ୍କାରର ଅଗ୍ରଦୂତ ଡ. ମନମୋହନ ସିଂଙ୍କର ଗୁରୁବାର ରାତିରେ ଦିଲ୍ଲୀ ଏମ୍ସରେ ପରଲୋକ ଘଟିଥିଲା। ତାଙ୍କ ବିୟୋଗରେ...

ଭାରତୀୟ କାର୍‌ ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଓସାମୁ ସୁଜୁକିଙ୍କ ପରଲୋକ

ନୂଆଦିଲ୍ଲୀ,୨୮ା୧୨:ମାରୁତି ୮୦୦ କାର୍‌ ଆଣି ଭାରତୀୟ କାର୍‌ ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ସୁଜୁକି ମୋଟର କର୍ପୋରେଶନର ପୂର୍ବତନ ଅଧ୍ୟକ୍ଷ ତଥା ସିଇଓ ଓସାମୁ ସୁଜୁକିଙ୍କର...

ସର୍ବଦା ନୀଳ ରଙ୍ଗର ପଗଡ଼ି କାହିଁକି ପିନ୍ଧୁଥିଲେ ମନମୋହନ ସିଂ? ନିଜେ କହିଥିଲେ କାରଣ…

ନୂଆଦିଲ୍ଲୀ,୨୭।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂଙ୍କ ଗୁରୁବାର ପରଲୋକ ଘଟିଛି। ୯୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି...

ନିଗମବୋଧ ଘାଟରେ ରାଷ୍ଟ୍ରୀୟ ସମ୍ମାନ ସହ ହେବ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୨୭।୧୨: ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ରହିଥିବା ମନମୋହନ ସିଂଙ୍କ ଗୁରୁବାର ପରଲୋକ ଘଟିଛି। ୯୨ ବର୍ଷ ବୟସ୍କ ମନମୋହନଙ୍କ ସ୍ବାସ୍ଥ୍ୟାବସ୍ଥା ସଂନ୍ଧ୍ୟାରେ ବିଗିଡ଼ିବା ଯୋଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri