ଆଇସଲାଣ୍ଡ, ସ୍ବିଡେନ୍‌ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି

କୋପେନହାଗେନ,୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଡେନମାର୍କରେ ଆଇସଲାଣ୍ଡର ପ୍ରଧାନମନ୍ତ୍ରୀ କ୍ୟାଟ୍ରିନ ଜାକୋବସଡୋତିରଙ୍କୁ ଭେଟି ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ଏଠାରେ ସ୍ବିଡେନର ପ୍ରଧାନମନ୍ତ୍ରୀ ମାଗଡାଲେନା ଆଣ୍ଡରସନ୍‌ଙ୍କୁ ମଧ୍ୟ ଭେଟିଥିଲେ। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଏବଂ ମିଳିତ କାର୍ଯ୍ୟ ଯୋଜନାରେ ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ।
ତାଙ୍କର ତିନି ଇଉରୋପୀୟ ଦେଶ ଭ୍ରମଣର ଦ୍ୱିତୀୟ ପର୍ଯ୍ୟାୟରେ ମୋଦି ଭାରତ-ନର୍ଡିକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଡେନମାର୍କରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ କରି କହିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇସଲାଣ୍ଡର ପ୍ରଧାନମନ୍ତ୍ରୀ କ୍ୟାଟ୍ରିନ ଜାକୋବସଡୋତିରଙ୍କ ସହ କଥା ହୋଇଛନ୍ତି। ବାଣିଜ୍ୟ, ଶକ୍ତି, ମତ୍ସ୍ୟଚାଷ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି କରିବାକୁ ଦୁହେଁ ଆଲୋଚନା କରିଥିଲେ। ସେହିପରି ସ୍ବିଡେନ୍‌ ସହ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ମୋଦି ମାଗଡାଲେନା ଆଣ୍ଡରସେନଙ୍କ ସହ ଆଲୋଚନା କରିଛନ୍ତି।

Share