Categories: ଜାତୀୟ

ଭିଏତନାମ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୧।୮: ଭିଏତନାମ ପ୍ରଧାନମନ୍ତ୍ରୀ ଫାମ ମିନ ଚିନହ ତିନି ଦିନିଆ ସରକାରୀ ଗସ୍ତରେ ମଙ୍ଗଳବାର ଭାରତରେ ପହଞ୍ଚିଛନ୍ତି। ଭାରତରେ ପହଞ୍ଚିବା ପରେ ବୈଦେଶିକ ରାଜ୍ୟମନ୍ତ୍ରୀ ପାବିତ୍ର ମାର୍ଗେରିଟା ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରିବାକୁ ଆସିଥିଲେ। ତାଙ୍କ ଯାତ୍ରା ପୂର୍ବରୁ ଚିନହ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ପରେ ସେ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଭେଟିଥିଲେ। ଏହି ସମୟରେ ସେ ଭାରତ-ଭିଏତନାମ ମୁକ୍ତ ବାଣିଜ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ସାକ୍ଷାତ ସମୟରେ ସେ ମୋଟ ୯ ଟି ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଏଥିସହ ଭିଏତନାମରେ ଆର୍ମି ସଫ୍ଟୱେୟାର ପାର୍କକୁ ଉଭୟ ଦେଶର ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି।

ଭିଏତନାମ ପ୍ରତିପକ୍ଷ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବିବୃତ୍ତି ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମୁଁ ଭିଏତନାମର ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରୁଛି। ଗତ ଦଶନ୍ଧି ମଧ୍ୟରେ ଭାରତ ଏବଂ ଭିଏତନାମ ମଧ୍ୟରେ ସମ୍ପର୍କ ବିସ୍ତାର ହୋଇଛି ଏବଂ ବାଣିଜ୍ୟ ବୃଦ୍ଧି ପାଇଛି। ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇଛି। ପ୍ରତିରକ୍ଷା କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇଛି। ଭାରତ ଏବଂ ଭିଏତନାମ ମଧ୍ୟରେ ପର୍ଯ୍ୟଟନରେ କ୍ରମାଗତ ବୃଦ୍ଧି ଘଟିଛି। ଆଜି ଆମେ ପାରସ୍ପରିକ ସହଯୋଗର ସମସ୍ତ କ୍ଷେତ୍ର ବିଷୟରେ ଆଲୋଚନା କଲୁ।

Share