Categories: ଜାତୀୟ

କେଜ୍‌ରିଓ୍ବାଲଙ୍କ ଭାଷଣ ସମୟରେ ମୋଦି-ମୋଦି ନାରା, ମୁଖ୍ୟମନ୍ତ୍ରୀ ହାତଯୋଡି କହିଲେ…

ନୂଆଦିଲ୍ଲୀ,୮।୬: ଦେଶର ରାଜଧାନୀ ଦିଲ୍ଲୀର ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟ (ଜିଜିଏସ୍‌ଆଇପିୟୁ)ର ପୂର୍ବ ଦିଲ୍ଲୀ କ୍ୟାମ୍ପସକୁ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକାଠି ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଏହି ଉଦ୍‌ଘାଟନୀ ସମାରୋହରେ ମଞ୍ଚରେ ନିଜର ଅଭିଭାଷଣ ରଖିବା ବେଳେ ସାମ୍ନାରେ ବସିଥିବା ଏକ ଗୋଷ୍ଠୀର ଲୋକ ମୋଦି-ମୋଦି ସ୍ଳୋଗାନଦେବା ଆରମ୍ଭ କରିଥିଲେ। ଏହି ଘଟଣାରେ କେଜ୍‌ରିଓ୍ବାଲ ସ୍ଳୋଗାନ ଦେଉଥିବା ଲୋକଙ୍କୁ ହାତଯୋଡି ନିବେଦନ କଲେ ଯେ, ପରେ ମୋଦି-ମୋଦି ସ୍ଳୋଗାନ ଦେବେ, ଟିକେ ଅପେକ୍ଷା କରନ୍ତୁ। କେଜ୍‌ରିଓ୍ବାଲ ଆହୁରି କହିଛନ୍ତି ଯେ ଯଦି ଆପଣମାନେ ଏଭଳି ହେବେ ତା’ହେଲେ ହେଲେ ମୁଁ ଭାଷଣ ଦେଇପାରିବି ନାହିଁ। ଯଦି ଆପଣଙ୍କୁ ମୋ କଥା ପସନ୍ଦ ଆସିଲା ନାହିଁ, ତେବେ ୫ ମିନିଟ୍‌ ସମୟ ଦିଅନ୍ତୁ ମୁଁ ମୋର ଭାଷଣ ଶେଷ କରିବା ପରେ ଆପଣମାନେ ମୋଦି-ମୋଦି ସ୍ଳୋଗାନ ଦେବେ।

Share