Categories: ଜାତୀୟ

୨୦୨୪ର ସବୁଠାରୁ ଶକ୍ତିଶାଳୀ ଭାରତୀୟ ତାଲିକାରେ ମୋଦି ପ୍ରଥମ: ଜାଣନ୍ତୁ ଟପ୍‌-୧୦ କିଏ ସବୁ ଅଛନ୍ତି

ନୂଆଦିଲ୍ଲୀ,୨୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ର ସବୁଠାରୁ ଶକ୍ତିଶାଳୀ ଭାରତୀୟ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ତାଲିକାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ (ଆରଏସଏସ) ନେତାମାନେ ମଧ୍ୟ ସାମିଲ ହୋଇଛନ୍ତି। ଏହା ବ୍ୟତୀତ ପ୍ରସିଦ୍ଧ ବ୍ୟବସାୟୀ ଗୌତମ ଆଦାନୀ, ଭାରତର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ ମଧ୍ୟ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛନ୍ତି। ଏଥି ସହିତ ପ୍ରସିଦ୍ଧ କ୍ରିକେଟର ବିରାଟ କୋହଲି ଏବଂ ବିସିସିଆଇ ସଚିବ ଜୟ ଶାହାଙ୍କୁ ଏହି ତାଲିକାରେ ସ୍ଥାନ ଦିଆଯାଇଛି।
ଶକ୍ତିଶାଳୀ ଭାରତୀୟ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି ଏକ ନମ୍ବରରେ ଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୧୬ତମ ସ୍ଥାନରେ ରଖାଯାଇଛି। ଏଥି ସହିତ ଆମ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ୧୮ ନମ୍ବରରେ ରଖାଯାଇଛି।

ଶ୍ରେଷ୍ଠ ୧୦ଟି ଶକ୍ତିଶାଳୀ ଭାରତୀୟଙ୍କ ତାଲିକା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଅମିତ ଶାହା
ମୋହନ ଭାଗବତ
ଡିଓ୍ବାଇ ଚନ୍ଦ୍ରଚୁଡ
ଏସ୍‌ ଜୟଶଙ୍କର
ଯୋଗୀ ଆଦିତ୍ୟନାଥ
ରାଜନାଥ ସିଂ
ନିର୍ମଳା ସୀତାରମଣ
ଜେପି ନଡା
ଗୌତମ ଆଦାନୀ

Share