Categories: ଜାତୀୟ

ଗାଜା ହସ୍ପିଟାଲ ଆକ୍ରମଣ ଘଟଣା, ମୋଦି କହିଲେ ଦୋଷୀଙ୍କୁ ନିଶ୍ଚିତ ମିଳିବ ଦଣ୍ଡ

ନୂଆଦିଲ୍ଲୀ,୧୮।୧୦: ଗାଜାର ଅଲ ଅହଲି ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଏହି ଘଟଣାରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କୁୁ ଛଡାଯିବ ନାହିଁ। ସୂଚନାଯୋଗ୍ୟ, ମଙ୍ଗଳବାର ଗାଜାର ଅଲ-ଅହଲି ହସ୍ପିଟାଲରେ ହୋଇଥିବା ଏୟାର ଷ୍ଟ୍ରାଇକରେ ପ୍ରାୟ ୫୦୦ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରତିକ୍ରିୟା ଦେଇ ଏହି ଯୁଦ୍ଧରେ ସାଧାରଣ ନାଗରିକଙ୍କ କ୍ଷତି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲଇ ମୋଦି କହିଛନ୍ତି। ଏହି ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ସେମାନେ ଏଥିରୁ ରକ୍ଷା ପାଇବା ଉଚିତ ନୁହେଁ।

ସୂଚନାଯୋଗ୍ୟ, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଯୁଦ୍ଧ ଲାଗି ରହିଛି। ଉଭୟଙ୍କ ମଧ୍ୟରେ ଏହି ଯୁଦ୍ଧ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ଇସ୍ରାଏଲ ଗାଜା ଉପରେ ଏୟାର ଷ୍ଟ୍ରାଇକ କରୁଛି ଏବଂ ଏହାର ଗ୍ରାଉଣ୍ଡ ଫୋର୍ସ ମଧ୍ୟ ଉତ୍ତର ଗାଜା ଉପରେ ଆକ୍ରମଣ କରିଛି ଏବଂ ସେଠାରେ ରହୁଥିବା ଲୋକଙ୍କୁ ସେହି ସ୍ଥାନ ଛାଡିବାକୁ ନିର୍ଦ୍ଦେଶ ଦେଇଛି। ଏହି ସମୟରେ ସେ ସେଠାରେ ଅବସ୍ଥିତ ଡାକ୍ତରଖାନା ଖାଲି କରିବାକୁ ଚେତାବନୀ ଦେଇଛନ୍ତି।
ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଡାକ୍ତରଖାନା ଉପରେ ଏୟାର ଷ୍ଟ୍ରାଇକ ହୋଇଛି ଏବଂ ପାଲେଷ୍ଟାଇନର ହମାସ ନିୟନ୍ତ୍ରିତ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏଠାରେ ୫୦୦ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ସେବେଠାରୁ ଅଭିଯୋଗ ହେଉଛି ଯେ ଇସ୍ରାଏଲ ଡାକ୍ତରଖାନା ଉପରେ ଆକ୍ରମଣ କରି ଏଠାରେ ରହୁଥିବା ସାଧାରଣ ନାଗରିକଙ୍କୁ ହତ୍ୟା କରିଛି।

Share