Categories: ଜାତୀୟ

ଜରୁରୀକାଳୀନ ପରିସ୍ଥିତିରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି…

ନୂଆଦିଲ୍ଲୀ,୨୫।୬ : ଦେଶରେ ଜରୁରୀକାଳୀନ ପରିସ୍ଥିତିର ବାର୍ଷିକୀ ଅବସରରେ ରାଜନୈତିକ ଦଳମାନେ ବିଭିନ୍ନ ଉପାୟରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପ୍ରସଙ୍ଗରେ ଟୁଇଟ କରିଛନ୍ତି। ଜରୁରୀକାଳୀନ ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ ପ୍ରଭାବିତ ହୋଇଥିବା ସମସ୍ତ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ମୋଦି କହିଛନ୍ତି, ୨୫ ଜୁନ, ସମଗ୍ର ଦେଶ ଇତିହାସର ଏକ କଳା ପୃଷ୍ଠାକୁ ମନେ ରଖିଛି । ଏହି ଅନ୍ଧକାର ସମୟର ମୁଁ ସେହି ସମସ୍ତ ସାହସୀ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ଯେଉଁମାନେ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିଲେ ଏବଂ ଆମର ଗଣତାନ୍ତ୍ରିକ ଭାବନାକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରିଥିଲେ। ଏହା ହେଉଛି ଆମ ଇତିହାସର ଏକ ଅବିସ୍ମରଣୀୟ ଅବଧି, ଯାହା ଆମ ସମ୍ବିଧାନ ଦ୍ୱାରା ସୃଷ୍ଟି ମୂଲ୍ୟବୋଧର ସମ୍ପୂର୍ଣ୍ଣ ବିପରୀତ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜାରି କରାଯାଇଥିବା ଜରୁରୀକାଳୀନ ପରିସ୍ଥିତିରେ ଦେଶର ପ୍ରମୁଖ ନେତାମାନେ ଜେଲରେ ଥିଲେ। ଅନେକ ଜାତୀୟତାବାଦୀ ଚିନ୍ତାଧାରା ନେତାମାନେ ଅଣ୍ଡରଗ୍ରାଉଣ୍ଡ ହେବାକୁ ବାଧ୍ୟ ହୋଇଥିଲେ। ୨୫ ଜୁନ ୧୯୭୫ ର ରାତି ୧୨ ଟା ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିର୍ଦ୍ଦେଶରେ ପୂର୍ବତନ ରାଷ୍ଟ୍ରପତି ଫକରୁଦ୍ଦିନ ଅଲି ଅହମ୍ମଦ ଭାରତୀୟ ସମ୍ବିଧାନର ଧାରା ୩୫୨ ଅନୁଯାୟୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ, ଯାହା ପରେ ଦେଶ ପୋଲିସ ରାଜ୍ୟ ହୋଇ ଯାଇଥିଲା। ଦେଶର ବିଭିନ୍ନ ସ୍ଥାନରୁ ଇନ୍ଦିରା ଗାନ୍ଧୀଙ୍କ ନିଷ୍ପତ୍ତିକୁ ବିରୋଧ କରୁଥିବା ଲୋକଙ୍କୁ ପୋଲିସ ଜେଲରେ ରଖିଥିଲା। ଏହି ଜରୁରୀକାଳୀନ ପରିସ୍ଥିତି ୨୫ ଜୁନ ୧୮୭୫ ରୁ ୨୧ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ୨୧ ମାସ ପାଇଁ ବଳବତ୍ତର ରହିଥିଲା। ଏହି ସମୟକୁ ଦେଶର ଗଣତନ୍ତ୍ରର ଅନ୍ଧକାର ଅଧ୍ୟାୟ ଭାବରେ କୁହାଯାଇଥାଏ।

Share