Categories: ଜାତୀୟ

ମୋଦି ଖେଳିଲେ ଦଳିତ କାର୍ଡ: ମୀରାଙ୍କ ଘରେ ପିଇଲେ ଚା‘, ଭାଇରାଲ ହେଲା ଭିଡିଓ…

ଅଯୋଧ୍ୟା,୩୦।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅଯୋଧ୍ୟା ଗସ୍ତରେ ଅଛନ୍ତି। ଏଠାରେ ସେ ନୂତନ ଭାବେ ନିର୍ମିତ ଅଯୋଧ୍ୟା ଧାମ ରେଳ ଜଙ୍କସନର ଉଦଘାଟନ କରିଥିଲେ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୀରା ମାଝୀଂଙ୍କ ଘରେ ଅଟକି ରହି ଚା ’ ପିଇଥିଲେ। ଏଭଳି କରି ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଦଳିତ କାର୍ଡ ଖେଳିଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମୀରା ମାଝୀଂ ଉଜ୍ୱାଲା ଯୋଜନାର ୧୦ କୋଟିତମ ହିତାଧିକାରୀ। ଅଯୋଧ୍ୟା ଧାମ ଜଙ୍କସନର ଉଦଘାଟନ କରିବା ପରେ ପିଏମ ମୋଦି ମୀରାଙ୍କ ଘରେ ଅଟକି ରହି ଚା ପିଇଥିଲେ। ସେ ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟିଥିଲେ। ଏହି ସମୟ ମଧ୍ୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ସେଲଫି ନେଇଥିଲେ।
କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ’ଏକ୍ସ’ରେ ପିଏମ ମୋଦିଙ୍କ ଭିଡିଓ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଉଜ୍ୱାଲା ଯୋଜନା ହିତାଧିକାରୀ ମୀରା ମାଝୀଂଙ୍କୁ ଭେଟି ଜାନୁଆରୀ ୨୨ରେ ରାମ ମନ୍ଦିରର ଉଦଘାଟନୀ ଉତ୍ସବ ପାଇଁ ତାଙ୍କୁ ନିମନ୍ତ୍ରଣ କରିଥିଲେ।

ଯେତେବେଳେ ପ୍ରଧାନମନ୍ତ୍ରୀ ମୀରା ମାଝୀଂଙ୍କୁ ଭେଟିବାକୁ ପହଞ୍ଚିିଥିଲେ, ସେଠାରେ ଅନେକ ପିଲା ଉପସ୍ଥିତ ଥିଲେ। ସେମାନେ ପ୍ରଧାନମନ୍ତ୍ରୀଙ୍କ ଅଟୋଗ୍ରାଫ ନେଇଥିଲେ ଏବଂ ତାଙ୍କ ସହ ସେଲଫି ମଧ୍ୟ ନେଇଥିଲେ।
ରାଜ୍ୟସଭା ଏମପି ବାବୁରାମ ନିଶାଦ କହିଛନ୍ତି ପ୍ରଧାନମନ୍ତ୍ରୀ ମୀରା ମାଝୀଂଙ୍କ ଘରକୁ ଯାଇ ମନ୍ଦିର ଉଦଘାଟନ ପାଇଁ ଆମନ୍ତ୍ରଣ କରିଥିଲେ।

 

 

Share