Categories: ଜାତୀୟ

ଗୁଲାମ ନବୀଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ, ୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍‌ଙ୍କୁ ପ୍ରଶଂସା କରିଛନ୍ତି। ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ହୋଇଥିବା ଚର୍ଚ୍ଚାରେ ନିଜର ଉତ୍ତର ପ୍ରଦାନ ଅବସରରେ ମୋଦି ଏଭଳି କରିଛନ୍ତି। ଗୁଲାମ ନବୀ ସର୍ବଦା ଗୃହର ମର୍ଯ୍ୟାଦାକୁ ଗୁରୁତ୍ୱାଦେବା ସହିତ ସମ୍ମାନଜନକ ଶବ୍ଦ ପ୍ରୟୋଗ କରିଥାନ୍ତି। କୌଣସି ଅପଶବ୍ଦର ବ୍ୟବହାର ସେ କରନ୍ତି ନାହିଁ। ଏଭଳି ଗୁଣ ତାଙ୍କଠାରୁ ଶିକ୍ଷା କରିବାର ଆବଶ୍ୟକତା ରହିଥିବା ମୋଦି କହିଛନ୍ତି। ସୂଚନାଯୋଗ୍ୟ, ଗୁଲାମ ନବୀଙ୍କ ରାଜ୍ୟ ସଭା କାର୍ଯ୍ୟକାଳ ଫେବୃୟାରୀ ୧୫ରେ ଶେଷ ହେବାକୁ ଯାଉଛି। ଏହାପରେ ରାଜ୍ୟ ସଭାରେ ତାଙ୍କର ବିକଳ୍ପ ଖୋଜିବା କଂଗ୍ରେସ ଜାରି ରଖିଛି।

Share