ରାଜ୍ୟ ସଭାରେ ନବୀନଙ୍କ ପ୍ରଶଂସା କଲେ ମୋଦି, ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ,୮ା୨- କୋଇଲା ଓ ଖଣି କ୍ଷେତ୍ରରେ କେନ୍ଦ୍ର ସରକାର ଆଣିଥିବା ସଂସ୍କାରଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସବୁଠୁ ଆଗରେ ରହିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି।

ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ପ୍ରଧାନମନ୍ତ୍ରୀ ମୋଦି ନିଜ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ମୋଦି କହିଥିଲେ, ଏଭଳି ଏକ ସମୟ ଥିଲା ଯେତେବେଳେ ଆମର ଦେଶର ପ୍ରାକୃତିକ ସମ୍ବଳଗୁଡ଼ିକ କେବଳ କେତେଜଣ ବ୍ୟକ୍ତିଙ୍କ ଲକର୍‌ ଭର୍ତ୍ତି କରୁଥିଲା। କିନ୍ତୁ ଆଜି ପ୍ରାକୃତିକ ଉତ୍ସଗୁଡ଼ିକ ରାଷ୍ଟ୍ରକୁ ଆର୍ଥିକ ରୂପେ ସଶକ୍ତ କରିବାରେ ଲାଗିଛି। କୋଇଲା ଓ ଖଣି ସେକ୍ଟରରେ ଆମେ ଅନେକ ସଂସ୍କାର ଆଣିଛୁ। ଖଣିଗୁଡ଼ିକର ନିଲାମ ସ୍ବଚ୍ଛତା ସହ କରିଛୁ। ନିଲାମିରୁ ମିଳିଥିବା ରାଜସ୍ବ ରାଜ୍ୟ ସରକାରମାନଙ୍କୁ ଦିଆଯାଇଛି। ଏହି କ୍ଷେତ୍ରରେ କେନ୍ଦ୍ର ପକ୍ଷରୁ ଅଣାଯାଇଥିବା ସମସ୍ତ ସଂସ୍କାରକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସବୁଠୁ ଆଗରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏପରିକି ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share