Categories: ଖେଳ

ନ୍ୟାଶନାଲ ଗେମ୍ସରେ ଚମକିଲେ ୧୦ ବର୍ଷୀୟ ଶୌର୍ଯ୍ୟଜିତ; ପ୍ରଶଂସାରେ ମୋଦି କହିଲେ ‘ଷ୍ଟାର’

ନୂଆଦିଲ୍ଲୀ,୯।୧୦: ୧୦ ବର୍ଷୀୟା ମାଲଖମ୍ବ ପ୍ରତିଭା ଶୌର୍ଯ୍ୟଜିତଙ୍କ ପ୍ରଶଂସାରେ ଶତମୁଖ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟରେ ଚାଲିଥିବା ୩୬ତମ ଜାତୀୟ ଖେଳରେ ସେ ବେଶ ଭଲ ପ୍ରଦର୍ଶନ କରିଛନ୍ତି। ସର୍ବକନିଷ୍ଠ ମାଲଖମ୍ବ ଖେଳାଳି ହୋଇଥିଲେ ହେଁ ଅସାଧାରଣରେ ପ୍ରଦର୍ଶନ ଯୋଗେ ଦର୍ଶକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ପ୍ରଶଂସକ କରିଛନ୍ତି। ତାଙ୍କ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ଲେଖିଛନ୍ତି ‘ଶୌର୍ଯ୍ୟଜିତ ଏକ ଷ୍ଟାର’।

ସୂଚନାଯୋଗ୍ୟ, ଗୁଜରାଟରେ ରହୁଥିବା ଶୌର୍ଯ୍ୟଜିତ ପିତାଙ୍କୁ ହରାଇଥିଲେ ହେଁ ନ୍ୟାଶନାଲ ଗେମ୍ସରେ ଭାଗ ନେଇଛନ୍ତି। ସେ କୁହନ୍ତି, ମୋ ବାପାଙ୍କ ସ୍ବପ୍ନ ଥିଲା ଯେ ମୁଁ ଜାତୀୟ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଜିତେ। ଏଣୁ ଆଗାମୀ ଦିନରେ ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ବି ଜିତିବେ ବୋଲି ସେ କହିଛନ୍ତି।

ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧୨ ଯାଏ ହେବାକୁ ଥିବା ନ୍ୟଶନାଲ ଗେମ୍ସରେ ମୋଟ ୩୬ ଖେଳର ଆୟୋଜନ ହୋଇଛି। ଦେଶର ପ୍ରାୟ ୭ ହଜାର ଖେଳାଳି ଏଥିରେ ଭାଗ ନେଇଛନ୍ତି। ଏହା ଏବେ ଯାଏର ସବୁଠାରୁ ବଡ଼ ରାଷ୍ଟ୍ରିୟ ଖେଳ ଆୟୋଜନ ବୋଲି କୁହାଯାଉଛି।

Share