Categories: ଜାତୀୟ

ଆଜି ମୋଦିଙ୍କୁ ମିଳିବ ଲୋକମାନ୍ୟ ତିଲକ ପୁରସ୍କାର, ଶରଦ ପାଓ୍ବାର ହେବେ ମୁଖ୍ୟ ଅତିଥି

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଙ୍ଗଳବାର ପୁଣେରେ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ କରାଯିବ। ଏହି ସମୟରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ମଧ୍ୟ ମଞ୍ଚରେ ମୁଖ୍ୟ ଅତିଥି ରହିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ମହା ବିକାଶ ଆଗାଡି (ଏମଭିଏ) ର ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି।
ତିଲକ ସ୍ମାରକ ମନ୍ଦିର ଟ୍ରଷ୍ଟ ପ୍ରତିବର୍ଷ ଅଗଷ୍ଟ ୧ରେ ଲୋକମାନ୍ୟ ତିଲକଙ୍କ ପୂଣ୍ଣ୍ୟତିଥି ଅବସରରେ ଏହି ପୁରସ୍କାର ପ୍ରଦାନ କରିଥାଏ। ଏହି ପୁରସ୍କାର ସେହି ଲୋକମାନଙ୍କୁ ଦିଆଯାଏ ଯେଉଁମାନେ ଦେଶର ଅଗ୍ରଗତି ଏବଂ ବିକାଶ ପାଇଁ ଉଲ୍ଲେଖନୀୟ ଏବଂ ଅସାଧାରଣ କାର୍ଯ୍ୟ କରିଛନ୍ତ। ଏହି ପୁରସ୍କାରରେ ସମ୍ମାନିତ ହେଉଥିବା ପ୍ରଧାନମନ୍ତ୍ରୀ ମୋଦି ୪୧ ତମ ବ୍ୟକ୍ତି ହେବେ। ତିଲକ ସ୍ମାରକ ମନ୍ଦିର ଟ୍ରଷ୍ଟ ମୁଖ୍ୟ ଅତିଥି ଭାବରେ ଶରଦ ପାୱାରଙ୍କୁ ନିମନ୍ତ୍ରଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରୁଥିବା କାର୍ଯ୍ୟକ୍ରମରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ମହାବିକାଶ ଆଘାଡି (ଏମଭିଏ) ମଧ୍ୟରେ ରାଜନୀତି ତୀବ୍ର ହୋଇଛି। ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ କହିଛନ୍ତି ଯେ ଶରଦ ପାୱାର ମୋଦିଙ୍କ ସହ ମଞ୍ଚରେ ଏକାଠି ହେବା ଉଚିତ ନୁହେଁ। ଏହା ବିରୋଧୀ ଏକତା ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବ। ଏମଭିଏ ନେତାମାନେ ତାଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁରୋଧ କରିଥିଲେ କିନ୍ତୁ ଶରଦ ପାୱାର ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏନସିପି ଏମପି ଭନ୍ଦନ ଚାବନ କହିଛନ୍ତି, ନରେନ୍ଦ୍ର ମୋଦୀ ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ। ସେଥିପାଇଁ ସେମାନଙ୍କୁ ସମ୍ମାନ କରିବାକୁ ପଡ଼ିବ।

Share