Categories: ଜାତୀୟ

ନଡ୍ଡାଙ୍କୁ ଆଗକୁ ପଠାଇ ନିଜେ ପଛରେ ରହିଲେ ମୋଦି

ନୂଆଦିଲ୍ଲୀ,୧୫।୩: ଭାରତୀୟ ଜନତା ପାର୍ଟି (ଭାଜପା)ର ସଂସଦୀୟ ଦଳ ବୈଠକରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା। ଆମ୍ବେଦକର ଇଣ୍ଟରନ୍ୟାଶନାଲ୍‌ ସେଣ୍ଟରରେ ଆୟୋଜିତ ଏହି ବୈଠକରେ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ କରିବା ସହ ସହ ଦଳର ବିଜୟ ପାଇଁ ତାଙ୍କୁ ଶୁଭେଚ୍ଛ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବାଗତ ସମୟରେ ତାଙ୍କୁ ଏକ ବଡ଼ ଫୁଲ ମାଳ ପିନ୍ଧାଯାଇଥିଲା। କିନ୍ତୁ ସେ ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କୁ ପ୍ରଥମେ ଫୁଲ ମାଳ ଭିତରକୁ ଠେଲିଥିଲେ। ଏହା ଦେଖି ନଡ୍ଡା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅବଶ୍ୟ କିଛି ସମୟ ପରେ ଉଭୟ ନେତା ପୁଷ୍ପମାଲ୍ୟ ଅର୍ପଣରେ ଏକାଠି ହୋଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପା ସଂସଦୀୟ ଦଳ ବୈଠକରେ ପହଞ୍ଚିବା ମାତ୍ରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡାଙ୍କ ନେତୃତ୍ୱରେ ଦଳୀୟ ଏମ୍‌ପିମାନେ ଚାରିଟି ରାଜ୍ୟରେ ବିଜୟ ପାଇଁ କରତାଳି ଦେଇ ସ୍ବାଗତ କରାଯାଇଥିଲା। ଦଳର ଆଜିର ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।

Share