ୟୁକ୍ରେନକୁ ନେଇ ଫୋନରେ କଥା ହେଲେ ମୋଦି-ପୁଟିନ

ନୂଆଦିଲ୍ଲୀ/ମସ୍କୋ,୨୦।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେଉନାହିଁ। ଇତିମଧ୍ୟରେ ବୁଧବାର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ମାଧ୍ୟମରେ ୟୁକ୍ରେନ ଉପରେ ଆଲୋଚନା କରିଛନ୍ତି। କ୍ରେମଲିନ ଏହି ସୂଚନା ଦେଇଛନ୍ତି।

ରୁଷିଆରେ ଅନୁଷ୍ଠିତ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏକ ବଡ଼ ବିଜୟ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର (୨୦ମାର୍ଚ୍ଚ) ଟେଲିଫୋନ ଯୋଗେ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କୁ ପୁନଃ ନିର୍ବାଚନ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଅନୁଯାୟୀ, ରୁଷିଆ ଲୋଙ୍କର ଶାନ୍ତି, ପ୍ରଗତି ଏବଂ ସମୃଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଦୁଇ ଦେଶ ମଧ୍ୟରେ ସହଯୋଗ ଆହୁରି ମଜବୁତ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।
ଏହି ସମୟ ମଧ୍ୟରେ ଉଭୟ ନେତା ମଧ୍ୟ ଆଗାମୀ ବର୍ଷରେ ଭାଗିଦାରୀକୁ ଆହୁରି ମଜବୁତ କରିବା ଦିଗରେ ଠୋସ ଉଦ୍ୟମ କରିବାକୁ ରାଜି ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ମଧ୍ୟ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ କହିଛନ୍ତି ଯେ ଆଗାମୀ ବର୍ଷରେ ଭାରତ-ରୁଷିଆ ସୁବିଧାଜନକ ରଣନୀତିକ ଭାଗିଦାରୀକୁ ଆହୁରି ବିସ୍ତାର କରିବ ଏବଂ ମିଳିତ ଭାବେ କାର୍ଯ୍ୟ କରିବ। ଉଭୟ ଦେଶରେ ଏଥିପାଇଁ ଏକ ଚୁକ୍ତିନାମା ହୋଇଛି।
ୟୁକ୍ରେନ-ରୁଷିଆ ଯୁଦ୍ଧ ଉପରେ କୂଟନୈତିକ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ମୋଦି ଦୋହରାଇଛନ୍ତି।
ପିଏମଓ ପକ୍ଷରୁ କୁହାଯାଇଛି ଯେ ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ ପ୍ରସଙ୍ଗରେ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏହା ବ୍ୟତୀତ ପାରସ୍ପରିକ ଆଗ୍ରହର ଆଞ୍ଚଳିକ ଏବଂ ବିଶ୍ୱ ସ୍ତରୀୟ ପ୍ରସଙ୍ଗରେ ମଧ୍ୟ ମତ ବିନିମୟ ହୋଇଥିଲା। ଏହାସହ ଏହା କହିଛି ଯେ ୟୁକ୍ରେନ-ରୁଷିଆ ଯୁଦ୍ଧ ଉପରେ କଥାବାର୍ତ୍ତା ଏବଂ କୂଟନୈତିକ ସପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

Share