ମୋଦି-ପୁଟିନ୍‌ ଆଲୋଚନା

ନୂଆଦିଲ୍ଲୀ,୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଫୋନ୍‌ ଯୋଗେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିବା ଖବର ପ୍ରକାଶ ପାଇଛି। କୃଷି ସାମଗ୍ରୀ, ଫର୍ଟିଲାଇଜର ଏବଂ ଔଷଧୀୟ ଉତ୍ପାଦ ଉତ୍ପାଦନ ବୃଦ୍ଧି କରିବା ଦିଗରେ ମୋଦି ଓ ପୁଟିନ୍‌ ଆଲୋଚନା କରିଛନ୍ତି। ଅନ୍ୟପଟେ ବୈଷୟିକ ଘଟଣା ଏବଂ ଖାଦ୍ୟ ବଜାର ସମ୍ବନ୍ଧରେ ମଧ୍ୟ ଦୁଇ ରାଷ୍ଟ୍ରମୁଖ୍ୟ ନିଜ ମତ ରଖିଥିବା କୁହାଯାଉଛି। ଆଗାମୀ ଦିନରେ ଏଦିଗରେ ଆଲୋଚନା ନିରନ୍ତର ଜାରି ରଖାଯିବ ବୋଲି କୁହାଯାଉଛି। ଗତବର୍ଷ ଡିସେମ୍ବରରେ ପୁଟିନ୍‌ ଭାରତ ଗସ୍ତରେ ଆସିଥିବାବେଳେ ସେ ସମୟରେ ଦୁଇ ରାଷ୍ଟ୍ର ମଧ୍ୟରେ ଚୁକ୍ତି ସମ୍ପର୍କରେ ଆଲୋଚନା ହୋଇଥିବା କୁହାଯାଉଛି। ରୁଷିଆ, ୟୁକ୍ରେନ୍‌ ଯୁଦ୍ଧ ନେଇ ଭାରତ ସବୁବେଳେ ନିଜର ସ୍ବତନ୍ତ୍ର ଆଭିମୁଖ୍ୟ ରଖିଆସିଛି। ଦ୍ୱିପାକ୍ଷିତ ଆଲୋଚନା ସାଙ୍ଗକୁ କୂଟନୀତି ଜରିଆରେ ଯୁଦ୍ଧକୁ ବନ୍ଦ କରିବା ସମ୍ଭବ ବୋଲି ଭାରତ କହିଛି।

Share