Categories: ଜାତୀୟ

ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି, ରାହୁଲ

ନୂଆଦିଲ୍ଲୀ,୩୦ା୧: ଆଜି ହେଉଛି ଜାତିର ପିତା ମହାତ୍ମାଗାନ୍ଧଙ୍କ ତିରୋଧାନ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ ନେତା ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ରାଜଘାଟରେ ପହଞ୍ଚିଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ନେତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା ତାଙ୍କୁ ସର୍ବଦା ଦେଶ ସେବା କରିବାକୁ ପ୍ରେରଣା ଯୋଗାଇବ। ସେ ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି, ‘ମହାତ୍ମା ଗାନ୍ଧୀ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସ୍ବଦେଶୀ, ସ୍ବଭାଷା ଏବଂ ସ୍ବରାଜର ଆତ୍ମା ଜାଗ୍ରତ କରିଛନ୍ତି। ତାଙ୍କର ଚିନ୍ତାଧାରା ଏବଂ ଆଦର୍ଶ ପ୍ରତ୍ୟେକ ଭାରତୀୟଙ୍କୁ ରାଷ୍ଟ୍ରର ସେବା କରିବାକୁ ପ୍ରେରଣା ଯୋଗାଇବ। ଆଜିର ଏହି ଦିବସରେ ମୁଁ ବାପୁଙ୍କୁ ମୋର ଭକ୍ତିପୂତ ପ୍ରଣାମ ଜଣାଉଛି।

Share