Categories: ଜାତୀୟ

ମୋଦି ରାଜା ଜନତାଙ୍କ ଦୁଃଖ ବୁଝୁ ନାହାନ୍ତି, ରାହୁଲଙ୍କ କଟାକ୍ଷ…

ଡେରାଡୁନ୍‌, ୫।୨ : ଉତ୍ତରାଖଣ୍ଡରେ ନିର୍ବାଚନ ପ୍ରଚାରରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ମୋଦିଙ୍କୁ ରାଜା ବୋଲି କଟାକ୍ଷ କରି କହିଛନ୍ତି ଯେ, ଆଜିର ରାଜା ଜନତାଙ୍କ ଦୁଃଖ ବୁଝୁ ନାହାନ୍ତି। ଉଦମ ସିଂ ନଗର ଜିଲାର କିଚ୍ଛା ସ୍ଥିତ ମଣ୍ଡି ପରିସରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ରାହୁଲ ଏଭଳି କହିଛନ୍ତି।

ଚାଷୀମାନେ ଖୋଲା ଆକାଶ ତଳେ ପ୍ରଦର୍ଶନ କରିବା ପରେ ରାଜାଙ୍କର ଏକ ବର୍ଷ ପରେ ନିଦ ଭାଙ୍ଗିଥିବା ସେ କହିଛନ୍ତି। ଅନ୍ନଦାତାଙ୍କ ପ୍ରତି ଏଭଳି ଅବିଚାର କେବେ ମଧ୍ୟ ଗ୍ରହଣୀୟ ନୁହେଁ ବୋଲି ରାହୁଲ ଅଭିଯୋଗ କରିଛନ୍ତି।

Share