Categories: ଜାତୀୟ

ମା’ଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ମୋଦି

ଅହମ୍ମଦାବାଦ,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ବିଷୟରେ ସୂଚନା ପାଇବା ମାତ୍ରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦରେ ପହଞ୍ଚି କଡା ସୁରକ୍ଷା ମଧ୍ୟରେ ଡାକ୍ତରଖାନାରେ ତାଙ୍କ ମା’ଙ୍କୁ ଭେଟିଛନ୍ତି। ଡାକ୍ତରୀ ଟିମ୍‌ କହିଛନ୍ତି, ପିଏମ ମୋଦିଙ୍କ ମା’ ହୀରାବେନଙ୍କ ଅବସ୍ଥା ସ୍ଥିର ରହିଛି। ବର୍ତ୍ତମାନ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି।

ହୀରାବେନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ‘ୟୁ ଏନ୍‌ ମେହେଟ୍ଟା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର’ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଭର୍ତ୍ତି ହେବାର କିଛି ସମୟ ପରେ ଡାକ୍ତରଖାନା ପକ୍ଷରୁ ଏକ ସ୍ବାସ୍ଥ୍ୟ ବୁଲେଟିନ ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ହୀରାବେନ ମୋଦି (୧୦୦)ଙ୍କ ଅବସ୍ଥା ସ୍ଥିର ରହିଛି। ମୋଦିଙ୍କ ଆଗମନ ପୂର୍ବରୁ ଡାକ୍ତରଖାନା ବାହାରେ ସୁରକ୍ଷା କଡାକଡି କରାଯାଇଥିଲା।

Share