Categories: ଜାତୀୟ

ବାଜପେୟୀଙ୍କୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ,୧୬।୮: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭେଟେରାନ ଭାଜପା ନେତା ଅଟଳ ବିହାରୀ ବାଜପେୟୀଙ୍କ ଆଜି ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ଭାଜପା ନେତାମାନେ ତାଙ୍କ ସମାଧି ସ୍ଥଳ ସଦୈବ ଅଟଳରେ ପହଞ୍ଚିବା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଅନେକ ଏନଡିଏ ନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାନ୍ତି। ଏହାପୂର୍ବରୁ ବାଚସ୍ପତି ଓମ ବିର୍ଲା ମଧ୍ୟ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ତଥା ଭାଜପା ସଭାପତି ଜେପି ନଡା ଶୁକ୍ରବାର ସକାଳେ ଅଟଲରେ ପହଞ୍ଚି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ବାଜପେୟୀଙ୍କ ସମାଧିସ୍ଥଳରେ ଫୁଲ ଅର୍ପଣ କରିଥିଲେ।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ପୋଷ୍ୟ କନ୍ୟା ନମିତା କୌଲ ଭଟ୍ଟାଚାର୍ଯ୍ୟ ‘ସଦୈବ ଅଟଳ’ରେ ପହଞ୍ଚିଥିଲେ। ଏଠାରେ ସେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପିତାଙ୍କୁ ମନେ ପକାଇଥିଲେ।

Share