Categories: ଜାତୀୟ

ପାରିକରଙ୍କୁ ମନେ ପକାଇଲେ ମୋଦି

ପାଣାଜୀ,୧୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୋଆରେ ପହଞ୍ଚିଛନ୍ତି। ଗୋଆ ମୁକ୍ତି ଦିବସ ଅବସରରେ ସେ ନବୀକରଣ ହୋଇଥିବା ଫୋର୍ଟ ଆଗୁଆଡା ଜେଲ ସଂଗ୍ରହାଳୟ, ଗୋଆ ମେଡିକାଲ କଲେଜରେ ସୁପର ସ୍ପେସିଆଲିଟି ବ୍ଲକ, ନ୍ୟୁ ସାଉଥ୍‌ ଗୋଆ ଜିଲା ହସ୍ପିଟାଲ, ମୋପା ବିମାନବନ୍ଦରରେ ବିମାନ ଚଳାଚଳ ଦକ୍ଷତା ବିକାଶ କେନ୍ଦ୍ର ଏବଂ ମାଡଗାଓଁର ଡାଭୋରଲିମ-ନାଭେଲିମରେ ଗ୍ୟାସ ଇନସୁଲେଟେଡ ସବ ସେଣ୍ଟରର ଉଦଘାଟନ କରିଛନ୍ତି।
ଏହି ସମୟରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ। ସେ କହିଛନ୍ତି ଯେ, ପାରିକର କେବଳ ଗୋଆକୁ ବିକାଶର ନୂତନ ଉଚ୍ଚତାକୁ ନେଇ ନାହାଁନ୍ତି, ବରଂ ଗୋଆର ସମ୍ଭାବନାକୁ ବିସ୍ତାର କରିଛନ୍ତି। ଗୋଆର ଲୋକମାନେ କେତେ ସଚ୍ଚୋଟ, ଦକ୍ଷ ଏବଂ ପରିଶ୍ରମୀ, ମନୋହର ଜି ମଧ୍ୟରେ ଦେଖାଯାଏ।

Share