ଡେରାଡୁନ୍,୧୧।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ଥର ପାଇଁ ଉତ୍ତରଖଣ୍ଡରେ ପହଞ୍ଚିଛନ୍ତି। ଆଜି ସେ ଋଷିକେଶର ଆଇଡିପିଏଲ୍ ସ୍ପୋର୍ଟସ ଗ୍ରାଉଣ୍ଡରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି।
ଏହି ସମୟରେ ପିଏମ ମୋଦିସାଧାରଣ ସଭାକୁ ଆସିଥିବା କାର୍ଯ୍ୟର୍ତ୍ତାମାନଙ୍କୁ ପଚାରିଥିଲେ ଯେ ମୋର ବ୍ୟକ୍ତିଗତ କାମ ଅଛି, ଆପଣ ଏହା କରିବେ କି? ଆଗକୁ ରାମ ନବମୀ ଆସୁଛି। ଗାଁରୁ ଗାଁକୁ ଯାଇ ମୋ ପାଇଁ ଦେବତାଙ୍କ ପାଖରେ ମଥା ଟେକି ପ୍ରଣାମ କରିବାକୁ ପଡିବ। ପ୍ରତ୍ୟେକ ଘରକୁ ଯାଇ ବୟୋଜ୍ୟେଷ୍ଠମାନଙ୍କୁ କୁହ ଯେ, ମୋଦି ଜୀ ଋଷିକେଶକୁ ଆସିଥିଲେ, ସେ ତୁମ ପାଇଁ ରାମ-ରାମ ସନ୍ଦେଶ ପଠାଇଛନ୍ତି। ଏହି ସଭାରେ ସେ କଂଗ୍ରେସକୁ ଜୋରଦାର ଟାର୍ଗେଟ୍ କରିଥିଲେ।