ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇ ସ୍ବଦେଶ ଫେରିଲେ ମୋଦି

ନୂଆଦିଲ୍ଲୀ,୨୪।୧୦: ୧୬ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଋଷିଆ ଗସ୍ତ ସାରି ସ୍ବଦେଶ ଫେରିଛନ୍ତି। ରୁଷିଆର କାଜାନ ସହରରେ ଅନୁଷ୍ଠିତ ୧୬ତମ ବ୍ରିକ୍ସ ସମ୍ମିଳନୀରେ ସେ ଯୋଗ ଦେଇଥିଲେ। ତେବେ ତେବେ ଏହି ସମୟରେ ସେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ସେଠାରେ ସେ ସମ୍ବୋଧନ କରି କହିଥିଲେ, ଋଷିଆ-ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁ। ଏନେଇ ଆମେ ସବୁବେଳେ ପ୍ରତିବଦ୍ଧ ରହି ଆସିଛୁ। ସେହିପରି ପ୍ରଧାନମନ୍ତ୍ରୀ ମୋଦି ଯୁଦ୍ଧ, ଆର୍ଥିକ ଅନିଶ୍ଚିତତା, ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଦୁନିଆକୁ ଏକ ସ୍ଥିରତା ଆଡକୁ ନେବାକୁ ଏହି ବ୍ରିକ୍ସ ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହି ସମ୍ମିଳନୀ ଏବେଠାରୁ ଏକ ବନ୍ଧୁତ୍ୱପୂର୍ଣ୍ଣ ଦିଗକୁ ସୂଚନା ଦେଉଛି। ତାହା ହେଉଛି ଋଷିଆ ରାଷ୍ଟ୍ରପତି ପୁଟିନ୍‌ ଓ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଏହି ସମ୍ମିଳନୀ ଏକାଠି କରିଛି।

ଏହାବାଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ବୁଧବାର ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ସୀମାରେ ଶାନ୍ତି, ପାରସ୍ପରିକ ବିଶ୍ୱାସ ଏବଂ ସମ୍ମାନକୁ ପ୍ରଥମିକତା ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ଚାଇନା ରାଷ୍ଟ୍ରପତିଙ୍କୁ କହିଛନ୍ତି। ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ପାଟୋଲିଂ ପାଇଁ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଥିବାରୁ ଉଭୟ ନେତା ଏହାକୁ ପ୍ରଶଂସା କରିଥିଲେ।

ପାଖାପାଖି ୫ ବର୍ଷ ପରେ ମୋଦି ଏବଂ ଜିପିଙ୍ଗଙ୍କ ମଧ୍ୟରେ ଏହା ପ୍ରଥମ ଗଠନମୂଳକ ଦ୍ୱିପାକ୍ଷିକ ଆଲୋଚନା। ପରିପକ୍ୱତା ଏବଂ ପାରସ୍ପରିକ ସମ୍ମାନ ପ୍ରଦର୍ଶନ ଦ୍ୱାରା ଦୁଇଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ଏବଂ ସ୍ଥିର ସମ୍ପର୍କ ରଖାଯାଇପାରିବା ନେଇ ଦୁଇ ନେତା ସହମତ ହୋଇଥିଲେ।

ଏହାପରେ ମୋଦି ଭାରତରେ COP28 ରେ ହୋଇଥିବା Mission LIFE and Green Credit initiatives ସମ୍ପର୍କରେ ଆଲୋଚନା କରିଥିଲେ। ଏବଂ ବ୍ରିକ୍ସର ଦେଶମାନଙ୍କୁ ଏଥିରେ ଯୋଗ ଦେବାକୁ ଆମନ୍ତ୍ରଣ କରିଥିଲେ। ଏଥିସହ ସେ ପୁଟିନ୍‌, ଇରାନ ରାଷ୍ଟ୍ରପତି ମୋସୁଦ ପେଜେସେଖିଆନ ଓ ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ୍‌ ଜାୟାଦଙ୍କ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଆଡେ ଗଲେ ଅଶାନ୍ତି ସୃଷ୍ଟି କଲେ…’ ରୋହିଙ୍ଗ୍ୟା ମୁସଲମାନଙ୍କୁ ବିରୋଧ କଲେ ଏହି ଦେଶ, ଡଙ୍ଗାରୁ ଓହ୍ଲାଇବାକୁ ଦେଲାନି

ନୂଆଦିଲ୍ଲୀ,୨୪।୧୦: ବହୁ ସଂଖ୍ୟାରେ ଇଣ୍ଡୋନେସିଆରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ରୋହିଙ୍ଗ୍ୟା ମୁସଲମାନମାନଙ୍କୁ ସ୍ଥାନୀୟ ଲୋକ ଡଙ୍ଗାରୁ ଓହ୍ଲାଇବାକୁ ଅନୁମତି ଦେଇ ନାହାନ୍ତି। ୧୪୦ ଭୋକିଲା...

ସଲମାନଙ୍କୁ ୫ କୋଟି ଟଙ୍କାର ଧମକ ଦେଇ ପରିବା ବାଲା ଗିରଫ

ମୁମ୍ବାଇ,୨୪।୧୦: ମୁମ୍ବାଇ ପୋଲିସ ଜାମସେଦପୁରରୁ ଜଣେ ପରିବା ବିକାଳିଙ୍କୁ ଗିରଫ କରିଛି ଯିଏ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଧମକ ଦେଇ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ...

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ୬ ଗ୍ରହାଣୁ, ନାସା କହିଲା…

ଓ୍ବାଶିଂଟନ, ୨୪।୧୦: ପୃଥିବୀ ନିକଟ ଦେଇ ୬ କ୍ଷୁଦ୍ର ଗ୍ରହ ଗୁରୁବାର ଅତିକ୍ରମ କରିବ ବୋଲି ଆମେରିକୀୟ ମହାକାଶ ସଂସ୍ଥା(ନାସା) ସୂଚନା ଦେଇଛି। ନାସା ପକ୍ଷରୁ...

ବାଂଲାଦେଶ ରାଷ୍ଟ୍ରପତିଙ୍କ ବହିଷ୍କାର ଦାବି, ବାସଭବନରେ ପଶିଲେ ବିକ୍ଷୋଭକାରୀ

ଢାକା,୨୪ା୧୦: ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଉପରେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଜୋର୍‌ ଧରିଛି। ଶାହାବୁଦ୍ଦିନଙ୍କ ବହିଷ୍କାର ଦାବିକରି...

ସ୍ବାମୀଙ୍କୁ ହିଞ୍ଜଡ଼ା କହିବା ମାନସିକ ନିଷ୍ଠୁରତା: ହାଇକୋର୍ଟ

ଚଣ୍ଡିଗଡ଼,୨୪ା୧୦(ପି.ଟି.): ସ୍ବାମୀଙ୍କୁ ହିଞ୍ଜଡ଼ା କହିବା ମାନସିକ ନିଷ୍ଠୁରତା ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ କହିଛନ୍ତି। ଜଣେ ସ୍ବାମୀଙ୍କ ସପକ୍ଷରେ ପରିବାର ଅଦାଲତ ଜୁଲାଇରେ ଛାଡ଼ପତ୍ର...

ମହାବିକାଶ ଆଘାଡିରେ ଛିଡିଲା ଭାଗବଣ୍ଟା; ଏତିକି ଏତିକି ଆସନରେ ଲଢ଼ିବେ ସମସ୍ତ ଦଳ

ମୁମ୍ବାଇ,୨୩।୧୦:  ମହାରାଷ୍ଟ୍ର ନିର୍ବାଚନ ପାଇଁ ଆଉ କିଛି ସମୟ ବାକି ଅଛି ଏବଂ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ଆରମ୍ଭ ହୋଇଛି। ସେପଟେ ରାଜ୍ୟରେ ବିରୋଧୀ...

୫ ବର୍ଷ ପରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ପ୍ରଥମ ଆଲୋଚନା

କାଜାନ,୨୩ା୧୦: ରୁଷିଆର କାଜାନ ସହରରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ବୁଧବାର ଦ୍ୱିପାକ୍ଷିକ...

ରିଲାଏନ୍ସ ‘ସ୍ମାର୍ଟ ବଜାର ହୋଇଯିବ ‘ରାଶନ ଦୋକାନ’ ! ଏ ହେଉଛି ମୁକେଶ ଅମ୍ବାନୀଙ୍କ ବଡ଼ ପ୍ଲାନ୍‌ 

ନୂଆଦିଲ୍ଲୀ,୨୩।୧୦: ରାଶନ ଦୋକାନ/ଡିଲର୍‌ଙ୍କ ପାଖରେ ଶସ୍ତାରେ ଚିନି, ଡାଲି, ଗହମ ଏବଂ ଚାଉଳ ଭଳି ସାମଗ୍ରୀ ଉପଲବ୍ଧ ହୋଇଥାଏ। ଆଗାମୀ ଦିନରେ ଉଦ୍ୟୋଗପତି ମୁକେଶ ଅମ୍ବାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri