Categories: ଜାତୀୟ

ବ୍ରିଗେଡ ପଡ଼ିଆରେ ମୋଦିଙ୍କ ଗର୍ଜନ

କୋଲକାତା୭।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବ୍ରିଗେଡ ପଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସକ ତୃଣମୂଳ କଂଗ୍ରେସକୁ ଟାର୍ଗେଟ୍‌ କରି ଗର୍ଜନ କରିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକଙ୍କ ଭରସାକୁ ଭାଙ୍ଗିଛନ୍ତି। ଯାହା ସେ ଲୋକଙ୍କଠାରୁ ଛଡାଇ ନେଇଛନ୍ତି, ତାହା ଭାଜପା ଫେରାଇ ଦେବ। ରାଜ୍ୟର ବିକାଶ ପାଇଁ ଭାଜପା ଦିନରାତି କାମ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମୋଦି କହିଛନ୍ତି। ଏହା ସହିତ ସେ ବାମଦଳ ଏବଂ କଂଗ୍ରେସକୁ ମଧ୍ୟ ସମାଲୋଚନା କରିଛନ୍ତି। ମୋଦିଙ୍କ ନିର୍ବାଚନୀ ପ୍ରଚାର ମଞ୍ଚରେ ୪୭ ରାଜନେତା ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି।

Share