ମସ୍କୋ,୯।୭: ରୁଷିଆରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତ ସମୟରେ ଦୁଇ ନେତାଙ୍କ ଏକ ସ୍ବତନ୍ତ୍ର ବନ୍ଧୁତା ଦେଖିବାକୁ ମିଳିଛି। ଗୋଟିଏ ପଟେ ମୋଦି ନିମନ୍ତ୍ରଣ ପାଇଁ ପୁଟିନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଅନ୍ୟ ପଟେ ରୁଷିଆ ରାଷ୍ଟ୍ରପତି ମୋଦିଙ୍କ କାର୍ଯ୍ୟ ଶକ୍ତିକୁ ପ୍ରଶଂସା କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବନ୍ଧୁଙ୍କ ଘରକୁ ଯିବା ସବୁବେଳେ ଭଲ। ତୁମ ସହିତ ଖାଇବାକୁ ଏବଂ କଥାବାର୍ତ୍ତା କରିବାକୁ ମୋତେ ନିମନ୍ତ୍ରଣ କରିଛ। ଏଥି ସହ ପୁଟିନ ମୋଦିଙ୍କ ଶକ୍ତିକୁ ପ୍ରଶଂସା କରି କହିଛନ୍ତି, ଜଣେ ନେତା ଭାବରେ ସେ ଭାରତ ପାଇଁ ଭଲ କାମ କରୁଛନ୍ତି।
ଭାରତର ଆର୍ଥିକ ସ୍ଥିତିକୁ ପ୍ରଶଂସା କରି ପୁଟିନ କହିଛନ୍ତି, ଅର୍ଥନୀତି ଦୃଷ୍ଟିରୁ ଭାରତ ବିଶ୍ୱରେ ତୃତୀୟ ଏବଂ ଜନସଂଖ୍ୟା ଦୃଷ୍ଟିରୁ ପ୍ରଥମ ସ୍ଥାନରେ ରହିଛି। ତୃତୀୟ ଥର ପାଇଁ କ୍ଷମତାକୁ ଆସିବା ପାଇଁ ରୁଷିଆ ରାଷ୍ଟ୍ରପତି ମଧ୍ୟ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।