Categories: ଜାତୀୟ

ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ଏମିତି କହିଦେଲେ ମୋଦି

ନୂଆଦିଲ୍ଲୀ,୧୫।୮: ଆଜି ସାରା ଦେଶରେ ସ୍ବାଧୀନତା ଦିବସ ପାଳନ କରାଯାଉଛି। ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। ଏହି ସମୟରେ ସେ ଦେଶକୁ ସମ୍ବୋଧିତ କରିଥିଲେ।
ମୋଦି ତାଙ୍କ ସମ୍ବୋଧନରେ କରୋନା ମହାମାରୀ ଏବଂ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ କହିଥିଲେ। ସେ କହିଥିଲେ, ଯେତେବେଳେ ସେନା ଏୟାର ଷ୍ଟ୍ରାଇକ କରେ ସେତେବେଳେ ଯୁବକଙ୍କ ଛାତି ଗର୍ବରେ ଭରିଯାଏ। ଏଗୁଡ଼ିକ ଦେଶବାସୀଙ୍କ ହୃଦୟକୁ ଗର୍ବରେ ପରିପୂର୍ଣ୍ଣ କରେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲାରୁ ତାଙ୍କ ସ୍ବାଧୀନତା ଦିବସ ଅଭିଭାଷଣରେ କହିଛନ୍ତି, ଆମେ କରୋନା ଅବଧିକୁ ଆଦୌ ଭୁଲି ପାରିବା ନାହିଁ। ଆମ ଦେଶ ବିଶ୍ୱରେ ଦ୍ରୁତତମ କୋଟି ଲୋକଙ୍କୁ ଟିକା ଦେଇଛି। ଏହା ହେଉଛି ସେହି ଦେଶ, ଯେଉଁଠାରେ ଆତଙ୍କବାଦୀମାନେ ଆସି ଆମ ଉପରେ ଆକ୍ରମଣ କରୁଥିଲେ। ଯେତେବେଳେ ଦେଶର ସୈନ୍ୟବାହିନୀ ସର୍ଜିକାଲ ଷ୍ଟ୍ରାଇକ ଏବଂ ଏୟାର ଷ୍ଟ୍ରାଇକ କରନ୍ତି, ସେତେବେଳେ ଦେଶର ଯୁବକମାନେ ଗର୍ବିତ ହୁଅନ୍ତି। ସେଥିପାଇଁ ଆଜି ଦେଶର ୧୪୦ କୋଟି ନାଗରିକ ଗର୍ବିତ।

ମୋଦି କହିଛନ୍ତି, ଚଳିତ ବର୍ଷ ତଥା ଗତ କିଛି ବର୍ଷ ଧରି ପ୍ରାକୃତିକ ବିପର୍ଯ୍ୟୟ ହେତୁ ଆମର ଚିନ୍ତା ବଢିବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟରେ ଅନେକ ଲୋକ ପରିବାର ଓ ସମ୍ପତ୍ତି ହରାଇଛନ୍ତି। ଆଜି ମୁଁ ସମସ୍ତଙ୍କୁ ସମବେଦନା ଜଣାଉଛି ଏବଂ ମୁଁ ସେମାନଙ୍କୁ ନିଶ୍ଚିତ କରୁଛି ଯେ, ଏହି ଦେଶ ଏହି ସଙ୍କଟ ସମୟରେ ସେମାନଙ୍କ ସହ ଛିଡା ହୋଇଛି।

Share