୨୦୨୯ ନିର୍ବାଚନ ଜିତିବାକୁ ମୋଦିଙ୍କ ଟାର୍ଗେଟ୍‌, ଏନ୍‌ଡିଏ ବୈଠକରେ କହିଲେ…

ନୂଆଦିଲ୍ଲୀ, ୭ା୬: ନୂଆଦିଲ୍ଲୀରେ ଜାରି ରହିଛି ଏନ୍‌ଡିଏର ସଂସଦୀୟ ଦଳ ବୈଠକ। ସଂସଦୀୟ ଦଳ ନେତା ଭାବେ ନରେନ୍ଦ୍ର ମୋଦିଙ୍କୁ ଏହି ବୈଠକରେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି। ମୋଦି ନବ ନିର୍ବାଚିତ ନେତାଙ୍କୁ ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତକୁ ଦ୍ରୁତ ବିକାଶ ଦିଗରେ ନେଇଯିବାକୁ ଆହ଼୍ବାନ ଦେଇଛନ୍ତି। ସେ କହିଛନ୍ତି ଆମେ ଦେଶରେ ଗୁଡ୍‌ ଗଭର୍ଣ୍ଣାନ୍ସ କଥା କହୁଛୁ। ଦେଶର ସାଧାରଣ ନାଗରିକ ଜୀବନରେ ସରକାରଙ୍କ ଦଖଲ କମ୍‌ ହେଉ । ୧୦ ବର୍ଷ ଦ୍ରୁତ ବିକାଶ ସହିତ ମୋଦି ୨୦୨୯ରେ ମଧ୍ୟ ଭାଜପା ନିର୍ବାଚନ ଜିତିବା ନେଇ ଟାର୍ଗେଟ୍‌ ଦେଇଛନ୍ତି। ଦଳର ନେତା ଚୟନକୁ ନେଇ ନୀତୀଶ କୁମାର ଏବଂ ଟିଡିପି ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ମଧ୍ୟ ମୋଦିଙ୍କୁ ପ୍ରଂଶସା କରିଛନ୍ତି।
ମୋଦି ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଏତେ ଲୋକଙ୍କ ସ଼୍ବାଗତ କରିବାକୁ ସୁଯୋଗ ମିଳିଥିବାରୁ ମୁଁ ଖୁସିବ୍ୟକ୍ତ କରୁଛି। ରାତି-ଦିନ ଦଳର ଯେଉଁ କାର୍ଯ୍ୟକର୍ତ୍ତାମାନେ ପରିଶ୍ରମ କରିଛନ୍ତି, ମୁଁ ସେମାନଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କରୁଛି। ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଭାରତ କରିଥିବା କାର୍ଯ୍ୟ ଯୋଗୁଁ ଆଜି ଭାରତ ବିଶ୍ୱ ଭାବମୂର୍ତ୍ତିରେ ପରିଣତ ହୋଇଛି। ବିଶ୍ୱ ଆମକୁ ବିଶ୍ୱବନ୍ଧୁ ଭାବରେ ଗ୍ରହଣ କରିଛି। ଆମେ ଯେପରି ପ୍ରତ୍ୟେକ ସଙ୍କଟକୁ ମୁକାବିଲା କରିଥିଲୁ, ମାନବିକ ମୂଲ୍ୟବୋଧକୁ ଆମେ ଯେପରି ପ୍ରାଧାନ୍ୟ ଦେଇଥିଲୁ ତାର ଫଳାଫଳ ଆଜି ସାରା ବିଶ଼୍ବ ଦେଖୁଛି ।

Share