Categories: ଜାତୀୟ

ମୋଦି, ଶାହା ରାଜି ହୋଇଥିଲେ…

ମୁମ୍ବାଇ,୨ା୭: ଶିବସେନା ବିଦ୍ରୋହୀଙ୍କ ଦ୍ୱାରା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଗାଦିଚ୍ୟୁତ ହୋଇଥିବା ଉଦ୍ଧବ ଠାକ୍‌ରେ ଭାଜପାକୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଆୟୋଜିତ କରି ଉଦ୍ଧବ କହିଛନ୍ତି, ‘ତଥାକଥିତ ଶିବ ସୈନିକ’ଙ୍କୁ ଭାଜପା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କରାଇଛି। କିନ୍ତୁ ୨୦୧୯ରେ ନିଜ ପ୍ରତିଶ୍ରୁତି ମୁତାବକ ଏହି ଆସନରେ ଭାଜପା କାହିଁକି ଶିବସେନାର ଜଣେ ପ୍ରତିନିଧିଙ୍କୁ ରଖି ନ ଥିଲା। ଶିବସେନାକୁ ୫ ବର୍ଷରୁ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ଏବେ ସ୍ବରାଷ୍ଟ୍ର ମନ୍ତ୍ରୀ ଥିବା ଅମିତ ଶାହାଙ୍କୁ ସେତେବେଳେ କହିଥିଲି। ନରେନ୍ଦ୍ର ମୋଦି, ଶାହା ଏଥିରେ ରାଜି ହୋଇଥିଲେ ହେଁ ପରେ ପ୍ରତାରଣା କରିଥିଲେ। ଭାଜପା ତାଙ୍କ ସହ ଯେପରି ବିଶ୍ୱାସଘାତ କରିଛି ସେପରି ମହାରାଷ୍ଟ୍ରବାସୀଙ୍କ ପାଇଁ ନ କରୁ ବୋଲି ଉଦ୍ଧବ କହିଛନ୍ତି। ସିନ୍ଧେ ଜଣେ ଶିବସେନା ମୁଖ୍ୟମନ୍ତ୍ରୀ ନୁହନ୍ତି। ବିଦ୍ରୋହୀ ଗଣତନ୍ତ୍ରର ଉପହାସ କରିଛନ୍ତି। ଲୋକଙ୍କ ଭୋଟ ନଷ୍ଟ ହୋଇଥିବା ଉଦ୍ଧବ କହିଛନ୍ତି।

Share