ମୁମ୍ବାଇ,୮।୧୨: ଦେଶବ୍ୟାପୀ ଅନ୍ନଦାତାଙ୍କ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନ ନେଇ ଶିବସେନା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ୍ କରାଯାଇଛି। ଶିବସେନା ଏମ୍ପି ସଞ୍ଜୟ ରାଉତ ମଙ୍ଗଳବାର ଟୁଇଟ୍ କରି କହିଛନ୍ତି ଯେ, ଅନ୍ନଦାତାଙ୍କ ପ୍ରତି ମୋଦି ଏବଂ ଶାହାଙ୍କର ଦରଦ ନାହିଁ। ଅନ୍ନଦାତାଙ୍କ ପକ୍ଷରୁ କରାଯାଇଥିବା ଭାରତ ବନ୍ଦରେ କୌଣସି ରାଜନୀତି କରାଯାଉ ନାହିଁ। ସେମାନେ କୃଷିି ଆଇନ ବିରୋଧରେ ଏକଜୁଟ ହୋଇଛନ୍ତିି। ମାତ୍ର ମୋଦି ସରକାର ଏହାକୁ ରାଜନୈତିକ ଉଦ୍ଦେଶ୍ୟ ନେଇ କରାଯାଉଥିବା କହି ଲୋକଙ୍କୁ ଭ୍ରମିତ କରୁଛନ୍ତି। ଯଦି ସରକାର ଏହାର ସମାଧାନ ଚାହୁଁଛନ୍ତି ତେବେ ମୋଦି ଏବଂ ଶାହା ଅନ୍ନଦାତାଙ୍କ ପାଖକୁ ଯାଇ ଆଲୋଚନା କରିବା ଆବଶ୍ୟକ ବୋଲି ସେ କହିଛନ୍ତି।